୫୦ ବସ୍ତା କାଠ କୋଇଲା ଜବତ, ଜଣେ ଗିରଫ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ଚାଉଳିଆ ପୋଲ ନିକଟରୁ ୫୦ ବସ୍ତାରୁ ଊର୍ଦ୍ଧ୍ୱ କାଠ କୋଇଲା ଜବତ କରାଯାଇଛି। ଏହି ଘଟଣାରେ ଏକ ଟାଟା ଏସି ଗାଡ଼ିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତଜଣଙ୍କ ହେଲେ ଗଣେଶ ଚନ୍ଦ୍ର ସେଠୀ। ସୂଚନା ଅନୁଯାୟୀ, ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରୁ ଦୀର୍ଘଦିନ ହେବ ବେଆଇନ କାଠ କୋଇଲା ଚାଲାଣ କରାଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। […]

coal,,

coal,,

Tapaswini Nayak
  • Published: Tuesday, 07 January 2020
  • Updated: 07 January 2020, 10:21 AM IST

Sports

Latest News

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ଚାଉଳିଆ ପୋଲ ନିକଟରୁ ୫୦ ବସ୍ତାରୁ ଊର୍ଦ୍ଧ୍ୱ କାଠ କୋଇଲା ଜବତ କରାଯାଇଛି। ଏହି ଘଟଣାରେ ଏକ ଟାଟା ଏସି ଗାଡ଼ିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତଜଣଙ୍କ ହେଲେ ଗଣେଶ ଚନ୍ଦ୍ର ସେଠୀ।

ସୂଚନା ଅନୁଯାୟୀ, ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରୁ ଦୀର୍ଘଦିନ ହେବ ବେଆଇନ କାଠ କୋଇଲା ଚାଲାଣ କରାଯାଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ବନପାଳଙ୍କ ନେତୃତ୍ୱରରେ ଏକ ଟିମ୍‌ ପେଟ୍ରୋଲିଂ କରୁଥିବା ସମୟରେ ଚାଉଳିଆ ପୋଲ ନିକଟରେ ଏକ ଟାଟା ଏସି ଗାଡ଼ି ଉପରେ ଚଢ଼ଉ କରି ୫୦ ବସ୍ତାରୁ ଊର୍ଦ୍ଧ୍ୱ କାଠ କୋଇଲା ଜବତ କରିଥିଲା। ବନ ବିଭାଗ କର୍ମଚାରୀମାନେ ଡ୍ରାଇଭରକୁ ଗିରଫ କରିଥିବା ବେଳେ କୋଇଲା ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ତେବେ ଏହି ଗାଡ଼ିରେ କାଠ କୋଇଲା ଖୁଣ୍ଟୁଣୀ ରେଞ୍ଜରୁ ଭୁବନେଶ୍ୱର ବାଳକାଟିକୁ ଚାଲାଣ କରାଯାଉଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos