୫୪୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୪ ଜଣ ଛୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ  ୫୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୭୪ ଜଣ ୧୮ ବର୍ଷରୁ କମ୍ ବର୍ଗର। ୫୪୫ ସଂକ୍ରମିତଙ୍କ ମଧ୍ୟରୁ ୩୧୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୨୬ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୭, ବରଗଡ଼ରୁ ଜଣେ, ଭଦ୍ରକରୁ ୧୦, ବଲାଙ୍ଗିରରୁ […]

corona test

corona test

Tapaswini Nayak
  • Published: Tuesday, 28 September 2021
  • Updated: 28 September 2021, 10:09 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ  ୫୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୭୪ ଜଣ ୧୮ ବର୍ଷରୁ କମ୍ ବର୍ଗର। ୫୪୫ ସଂକ୍ରମିତଙ୍କ ମଧ୍ୟରୁ ୩୧୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୨୬ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୭, ବରଗଡ଼ରୁ ଜଣେ, ଭଦ୍ରକରୁ ୧୦, ବଲାଙ୍ଗିରରୁ ୨, କଟକରୁ ୭୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ୧୧, ଜଗତସିଂହପୁରରୁ ୩୭, ଯାଜପୁର୨୦, ଝାରସୁଗୁଡ଼ା ୮, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୩, କୋରାପୁଟରୁ ୨ ଓ ମୟୂରଭଞ୍ଜରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ ୩, ପୁରୀରୁ ୬, ରାୟଗଡ଼ାରୁ ୩, ସମ୍ବଲପୁରରୁ ୩, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୧ ଓ ଷ୍ଟେଟପୁଲରୁ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୫,୩୦୯କୁ  ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୧୧,୪୮୨ ସୁସ୍ଥ ହୋଇ ସାରିଥିବା ବେଳେ ୫,୫୮୭ ଜଣ ଚିକିତ୍ସାଧୀନ ଅଛନ୍ତି।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୮୭କୁ ବୃଦ୍ଧି ପାଇଛି। ଏହି ୭ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ  ଥିବା ବେଳେ ଜଗତସିଂହପୁରରୁ ୨ ଜଣ ଅଛନ୍ତି।

ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯୫କୁ ବୃଦ୍ଧି ପାଇଥିବା ବେଳେ କଟକରେ ୮୩୫, ଗଞ୍ଜାମରେ ୪୭୪, ଯାଜପୁରରେ ୧୬୬, କେନ୍ଦ୍ରାପଡ଼ାରେ ୨୪୫ ଓ ଜଗତସିଂହପୁରରେ ୩୦୨ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos