ରାଜ୍ୟରେ ପୁଣି ଗୋଟିଏ ଦିନରେ ୫ ଶହ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ ଦିନର ବ୍ରେକ୍‌ ପରେ ରାଜ୍ୟରେ ପୁଣି ଗୋଟିଏ ଦିନରେ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୦ଜଣ ଅଛନ୍ତି। ୫୪୯ କରୋନା ଆକ୍ରାନ୍ତ ମଧ୍ୟରୁ ୩୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୩୧ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୬ ଜଣ ଚିହ୍ନଟ ହୋଇଥିବା ବେଳେ […]

Corona

Corona

Tapaswini Nayak
  • Published: Wednesday, 27 October 2021
  • Updated: 27 October 2021, 11:54 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୫ ଦିନର ବ୍ରେକ୍‌ ପରେ ରାଜ୍ୟରେ ପୁଣି ଗୋଟିଏ ଦିନରେ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୦ଜଣ ଅଛନ୍ତି।

୫୪୯ କରୋନା ଆକ୍ରାନ୍ତ ମଧ୍ୟରୁ ୩୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୩୧ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨, ବାଲେଶ୍ୱରରୁ ୧୨, ବରଗଡ଼ରୁ ୨, ଭଦ୍ରକରୁ ୪, ବଲାଙ୍ଗିରରୁ ଜଣେ, କଟକରୁ ୫୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬, ଜଗତସିଂହପୁରରୁ ୯, ଯାଜପୁରରୁ୧୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡି ୪, କେନ୍ଦ୍ରାପଡ଼ାରୁ ୭, କୋରାପୁଟରୁ ୩, ମୟୂରଭଞ୍ଜରୁ୧୩, ନୟାଗଡ଼ରୁ୧୦, ପୁରୀରୁ ୯, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ୧୬, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍‌ରୁ ୬୭ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୯,୮୧୮ କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦,୨୬,୭୭୪ ଜଣ ସୁସ୍ଥ ହୋଇ ସାରିଲେଣି। ୪,୬୭୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୨ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୩୧୮ କୁ ବୃଦ୍ଧି ପାଇଛି।

ଏହି  ଦୁଇ ମୃତକଙ୍କ ମଧ୍ୟରେ ଅନୁଗୋଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଅଛନ୍ତି। ଅନୁଗୋଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୨ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ୧୭୩ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos