ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଓ ପ୍ରବଣ ଅଞ୍ଚଳ ତାଲିକାରୁ ବାଦ ପଡିଲା ଓଡ଼ିଶାର ୬ଟି ଜିଲ୍ଲା। ମାଓ ସୁରକ୍ଷା ଖର୍ଚ୍ଚ ସଂପର୍କିତ ସ୍କିମ ସମୀକ୍ଷା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ୪୪ଟି ଜିଲ୍ଲାକୁ ମାଓ ଅଧ୍ୟୁଷିତ ତାଲିକାରୁ ବାଦ ଦେଇଛି। ତାଲିକାରୁ ବାଦ୍ ପଡ଼ିଥିବା ଓଡ଼ିଶାର ୬ ଜିଲ୍ଲା ହେଲେ ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ ଢେଙ୍କାନାଳ। ଗଲା କିଛି ବର୍ଷ ଧରି ଏସବୁ ଜିଲ୍ଲାରେ ମାଓ ହିଂସା ନଘଟିବା ଓ ମାଓ ଗତିବିଧି ନଥିବାରୁ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ତେବେ ଚିନ୍ତାର ବିଷୟ ହେଉଛି ରାଜ୍ୟର ଅନୁଗୋଳ ଓ ବୌଦ୍ଧ ଜିଲ୍ଲାକୁ ନୂଆକରି ମାଓପ୍ରବଣ ଜିଲ୍ଲା ତାଲିକାରେ ସାମିଲ କରାଯାଇଛି। ଯଦିଓ ରାଜ୍ୟର ମାଓ ପ୍ରବଣ ଜିଲ୍ଲା ସଂଖ୍ୟା ୧୯ରୁ ୧୫କୁ ହ୍ରାସ ପାଇଛି। ୨୦୧୭ ମସିହାରେ ୧୯ ଟି ଜିଲ୍ଲା ଭିତରୁ ମାତ୍ର ୮ଟି ମାଓପ୍ରବଣ ଜିଲ୍ଲାରେ ମାଓ ହିଂସାକାଣ୍ଡ ଘଟିଥିଲା। ଏସବୁ ଜିଲ୍ଲାରେ ମାଓ ଅପରେସନକୁ ଜୋରଦାର କରାଯାଇଥିବା ଡିଜିପି ଆର୍ପି ଶର୍ମା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।