ଦନ୍ତା ଆକ୍ରମଣରେ ୬ ବନ କର୍ମଚାରୀ ଘାଇଲା, ଗାଡ଼ି ଚୁରମାର

ନିଳଗିରି(ଓଡ଼ିଶା ରିପୋର୍ଟର): ଦନ୍ତା ଆକ୍ରମଣରେ ଚୁରମାର ହୋଇଗଲା ବନ ବିଭାଗ ଗାଡ଼ି।  ଏଥିରେ ୬ ବନ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଫରେଷ୍ଟର । ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା କୁଳଡିହା ବନ ବିଭାଗ ଅଧୀନ ଖୁମକୁଟ ନିକଟରେ ଗତ ରାତିରେ ଘଟିଛି।

ଗତରାତିରେ ଖୁମକୁଟ ନିକଟରେ ଏକ ଦନ୍ତା ଉପଦ୍ରବ ମଚାଇଥିବା ବେଳେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ଦନ୍ତାଟି ଉତ୍ପାତ ମଚାଇଥିବା ବେଳେ ବନ ବିଭାଗ କର୍ମଚାରୀ ବି ଏଥିରୁ ବର୍ତ୍ତି ପାରି ନ ଥିଲେ।

ଦନ୍ତା ଆକ୍ରମଣରେ ବନ ବିଭାଗ ଗାଡ଼ିଟି ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ଗାଡି ଭିତରେ ବସିଥିବା ଛ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବି ଫରେଷ୍ଟର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।