ବାହାରିଲା ନୂଆଁଖାଇ ଲଗ୍ନ,୬ ରେ ନବାନ୍ନ ଖାଇବେ ପଶ୍ଚିମ ଓଡ଼ିଶାବାସୀ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ ଦେଖାରୁ ଆରମ୍ଭ ହୋଇଛି ନୂଆଁଖାଇର ରୀତିନୀତି। ଏ ବର୍ଷ ବଲାଙ୍ଗୀରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଏବଂ ମାଁ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଓ ପୂର୍ବ ପରଂପରା ଅନୁଯାୟୀ ଆସନ୍ତା ୬ ତାରିଖ ମଙ୍ଗଳବାର ଦିନ ୮ ଘଣ୍ଟା ୧୧ ମିନିଟରୁ ୮ ଘଣ୍ଟା ୪୨ ମିନିଟ ମଧ୍ୟରେ ବଲାଙ୍ଗୀର ଜିଲ୍ଳାରେ ନବାନ୍ନ ଭକ୍ଷଣ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଭାଦ୍ରବ […]

nuakhai

nuakhai

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 11:31 PM IST

Sports

Latest News

nuakhaiବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ ଦେଖାରୁ ଆରମ୍ଭ ହୋଇଛି ନୂଆଁଖାଇର ରୀତିନୀତି। ଏ ବର୍ଷ ବଲାଙ୍ଗୀରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଏବଂ ମାଁ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଓ ପୂର୍ବ ପରଂପରା ଅନୁଯାୟୀ ଆସନ୍ତା ୬ ତାରିଖ ମଙ୍ଗଳବାର ଦିନ ୮ ଘଣ୍ଟା ୧୧ ମିନିଟରୁ ୮ ଘଣ୍ଟା ୪୨ ମିନିଟ ମଧ୍ୟରେ ବଲାଙ୍ଗୀର ଜିଲ୍ଳାରେ ନବାନ୍ନ ଭକ୍ଷଣ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଭାଦ୍ରବ ମାସ ୠଷି ପଞ୍ଚମୀରେ ନୂଆଁଖାଇ ପାଳନ କରାଯିବ।

ନୂଆଁଖାଇ ପାଇଁ ଆଜି ପଣ୍ଡିତ ସଭାର ଆୟୋଜନ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୂଯାୟୀ ପଣ୍ଡିତ ମାନଙ୍କର ସଭାରେ ପାଞ୍ଜି ଦେଖି ଶୁଭ ମୂହୁର୍ତ୍ତ ନିର୍ଦ୍ଧାରିତ ହୋଇଛି। କିନ୍ତୁ ଜାଗା ଜାଗାରେ ଭୌଗଳିକ ସ୍ଥିତି ଓ ଇଷ୍ଟଦେବୀଙ୍କ ରାଶି ନକ୍ଷତ୍ରକୁ ଦେଖି ଲଗ୍ନ ନିର୍ଦ୍ଧାରିତ ହୁଏ । ବିଶ୍ୱାସ ରହିଛି ଲଗ୍ନ ଅନୁଯାୟୀ ଅମୃତ ବେଳାରେ ନବାନ୍ନ ଭକ୍ଷଣ କଲେ ସବୁକିଛି ଶୁଭ ହୋଇଥାଏ।

ଲଗ୍ନ ନିର୍ଦ୍ଧାରଣ ହେଲା ପରେ ଜାଗା ଜାଗାରେ ବଣ୍ଟା ଯାଉଛି ପ୍ରଚାର ପତ୍ର। ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos