୬ ତାରିଖ ବିଧାନସଭା ଅଧିବେଶନ ଆରମ୍ଭକୁ ନେଇ ବିରୋଧୀଙ୍କ ପ୍ରଶ୍ନ

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏହାର ପରଦିନ ଅର୍ଥାତ ୭ ତାରିଖରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ। ତେବେ ନୂଆଖାଇ ପରଦିନରୁ ଅଧିବେଶନ ଆରମ୍ଭକୁ ନେଇ କଂଗ୍ରେସ ଓ ବିଜେପି ଆପତ୍ତି ଉଠାଇଛନ୍ତି। ନୂଆଖାଇର ଦୁଇଦିନ ପୂର୍ବରୁ ଓ ଦୁଇଦିନ ପରେ ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ ରହୁଥିବାରୁ ୭ ତାରିଖରୁ ଅଧିବେଶନ ଆରମ୍ଭ କରିବା ଠିକ୍‌ ହେବ ନାହିଁ ବୋଲି ଦୁଇ ଦଳ କହିଛନ୍ତି। ବିରୋଧୀ ଦଳ ନେତା ନରସିଂହ […]

sachibalaya

sachibalaya

Rakesh Mallick
  • Published: Monday, 22 August 2016
  • Updated: 22 August 2016, 10:48 PM IST

Sports

Latest News

sachibalayaଭୁବନେଶ୍ୱର: ଆସନ୍ତା ୬ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏହାର ପରଦିନ ଅର୍ଥାତ ୭ ତାରିଖରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ। ତେବେ ନୂଆଖାଇ ପରଦିନରୁ ଅଧିବେଶନ ଆରମ୍ଭକୁ ନେଇ କଂଗ୍ରେସ ଓ ବିଜେପି ଆପତ୍ତି ଉଠାଇଛନ୍ତି। ନୂଆଖାଇର ଦୁଇଦିନ ପୂର୍ବରୁ ଓ ଦୁଇଦିନ ପରେ ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ ରହୁଥିବାରୁ ୭ ତାରିଖରୁ ଅଧିବେଶନ ଆରମ୍ଭ କରିବା ଠିକ୍‌ ହେବ ନାହିଁ ବୋଲି ଦୁଇ ଦଳ କହିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଏଭଳି ତାରିଖ ଘୋଷଣା କରି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି। ଏ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି।”

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଭୃକ୍ଷେପ ନ କରି ଅଧିବେଶନ ତାରିଖ ଘୋଷଣା କରାଯାଇଛି। ତାରିଖ ଘୁଞ୍ଚାଇବା ପାଇଁ ମୁଁ ବାଚସ୍ପତିଙ୍କ ନିକଟରେ ଦାବି କରିଛି।”

ବିଧାନସଭା ଅଧିବେଶନକୁ ନେଇ ବିଜେପି, କଂଗ୍ରେସ ପ୍ରଶ୍ନ ଉଠାଇ ଥିବା ବେଳେ ବିଜେଡି ଏହାର ଉତ୍ତର ରଖିଛି। ବିଜେଡି ସାଂସଦ ଅନଙ୍ଗ ଉଦୟ ସିଂହଦେଓ କହିଛନ୍ତି, “ବିଧାନସଭା କେବେ ବସିବ ତାହା ପ୍ରଶାସନିକ ବ୍ୟାପାର। ବାଚସ୍ପତି ଏବଂ ରାଜ୍ୟପାଳ ଏ ସମ୍ପର୍କରେ ନିଷ୍ପତ୍ତି ନେବେ।”

ବିଧାନସଭା ମୌସୁମୀ ଅଧିବେଶନରେ ଜିଏସ୍‌ଟି ବିଲ୍‌ ପାରିତ ହେବାକୁ ଥିବାରୁ ଅଧିବେଶନ ଘୁଞ୍ଚିବାର ସମ୍ଭାବନା କମ ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos