ଶିକ୍ଷକତା ବୃତ୍ତିକୁ ଏକ ସଂକଳ୍ପ ଭାବେ ଗ୍ରହଣ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଯୁକ୍ତି ପାଇଲେ ୬ ହଜାର ୮୯୧ ଶିକ୍ଷକ ଶିକ୍ଷୟିତ୍ରୀ। ଏହି ନବ ନିଯୁକ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉଦବୋଧନ ଦେଇ ଶିକ୍ଷକତା ବୃତ୍ତିକୁ ଏକ ସଂକଳ୍ପ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମୋଟ ୬ ହଜାର ୮୯୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ପାଇଁ ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟା଼ଡିୟମରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି […]

teacher

teacher

Tapaswini Nayak
  • Published: Tuesday, 02 August 2022
  • Updated: 02 August 2022, 09:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିଯୁକ୍ତି ପାଇଲେ ୬ ହଜାର ୮୯୧ ଶିକ୍ଷକ ଶିକ୍ଷୟିତ୍ରୀ। ଏହି ନବ ନିଯୁକ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉଦବୋଧନ ଦେଇ ଶିକ୍ଷକତା ବୃତ୍ତିକୁ ଏକ ସଂକଳ୍ପ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମୋଟ ୬ ହଜାର ୮୯୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ପାଇଁ ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟା଼ଡିୟମରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ନବ ନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିଭଳି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯୋଗଦେଇ ପିଲାମାନଙ୍କ ଶୃଜନଶୀଳ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟ ଶାସନ ସଚିବ ଓ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଓ ଫାଇଭ ଟି ସଚିବ ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶିକ୍ଷଗତା କରି ମହାନ ବୃତ୍ତିରେ ଯୋଗ ଦେଇଥିବାରୁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ରାଜ୍ୟରେ ୬ ହଜାର ୮୯୧ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ପାଇଲେ ଏହା ଖୁସିର କଥା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos