ଡାଲି ଦର ନିୟନ୍ତ୍ରଣ ପାଇଁ ୬ଟି ସହରରେ ଖୋଲିଲା ସ୍ୱତନ୍ତ୍ର କାଉଣ୍ଟର: ୧୪୦ରେ ହରଡ଼, ୧୧୦ରେ ମୁଗ

ଭୁବନେଶ୍ୱର/କଟକ: ମହଙ୍ଗା ମାଡ଼ରୁ ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ଯୋଗାଣ ବିଭାଗ ତତ୍ତ୍ୱାବଧାନରେ ୬ଟି ସହରରେ ଆରମ୍ଭ ହୋଇଛି ଡାଲି ବିକ୍ରି। ସ୍ୱତନ୍ତ୍ର କାଉଣ୍ଟରରେ ରିହାତି ଦରରେ ଆରମ୍ଭ କରାଯାଇଛି ଡାଲି ବିକ୍ରି। ବ୍ୟବସାୟୀ ସଂଘ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସହାୟତା ଯୋଗାଇ ଦେଉଛି ଯୋଗାଣ ବିଭାଗ। ୬ଟି ପ୍ରମୁଖ ସହର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ୱଲପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ ଏଭଳି କାଉଣ୍ଟର ଖୋଲାଯିବାର ବ୍ୟବସ୍ଥା ହୋଇଛି। ଏସବୁ କାଉଣ୍ଟରରେ ହରଡ଼ ଡାଲି କିଲୋ […]

Madhusudan-Padhi1

Madhusudan-Padhi1

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 05:22 PM IST

Sports

Latest News

ଭୁବନେଶ୍ୱର/କଟକ: ମହଙ୍ଗା ମାଡ଼ରୁ ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ଯୋଗାଣ ବିଭାଗ ତତ୍ତ୍ୱାବଧାନରେ ୬ଟି ସହରରେ ଆରମ୍ଭ ହୋଇଛି ଡାଲି ବିକ୍ରି। ସ୍ୱତନ୍ତ୍ର କାଉଣ୍ଟରରେ ରିହାତି ଦରରେ ଆରମ୍ଭ କରାଯାଇଛି ଡାଲି ବିକ୍ରି। ବ୍ୟବସାୟୀ ସଂଘ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସହାୟତା ଯୋଗାଇ ଦେଉଛି ଯୋଗାଣ ବିଭାଗ। ୬ଟି ପ୍ରମୁଖ ସହର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ୱଲପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ ଏଭଳି କାଉଣ୍ଟର ଖୋଲାଯିବାର ବ୍ୟବସ୍ଥା ହୋଇଛି। ଏସବୁ କାଉଣ୍ଟରରେ ହରଡ଼ ଡାଲି କିଲୋ ପ୍ରତି ୧୪୦ ଟଙ୍କ। ଓ ମୁଗଡାଲି ୧୧୦ ଟଙ୍କାରେ ଯୋଗାଇ ଦିଆଯାଉଛି। ଜଣକା ସର୍ବାଧିକ କେଜିଏ ଡାଲି କିଣିପାରିବେ।

ଯୋଗାଣ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ଯେ ବରଗଡ଼ ଜିଲ୍ଲାପାଳଙ୍କ ମଡେଲକୁ ସମସ୍ତ ଜିଲ୍ଲାପାଳ ଅନୁକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ବ୍ୟବସାୟୀ ସଂଘଗୁଡ଼ିକ ସହିତ ଆଲୋଚନା କରି ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ରିହାତି ମୂଲ୍ୟରେ ଲୋକଙ୍କୁ ଡାଲି ଯୋଗାଇ ଦେବାକୁ ଚିଠି ଲେଖାଯାଇଛି।

ଗତକାଲି ବରଗଡ଼ ସହରରେ ରିହାତି ଦରରେ ଡାଲି ବିକ୍ରି ଆରମ୍ଭ ହୋଇଥିଲା।

ଅନ୍ୟପକ୍ଷରେ ଆଜି କଟକ ମାଲଗୋଦାମରେ ଖାଦ୍ୟ ସାମଗ୍ରୀ ଆମଦାନି ସ୍ୱାଭାବିକ ହୋଇଛି। କଟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ମାଲଗୋଦାମର ବ୍ୟବସାୟୀମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହର କରି ନେଇଛନ୍ତି। ଡାଲି ଚଢ଼ାଉକୁ ବିରୋଧ କରି ମାଲଗୋଦାମ ବ୍ୟବସାୟୀମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ଡାକରେ ଦେଇଥିଲେ। ମାଲଗୋଦାମକୁ କୌଣସି ଖାଦ୍ୟ ସାମଗ୍ରୀ ଆମଦାନି କରାଯିବନି ବୋଲି ଗତକାଲି ଏକ ବୈଠକରେ ନିଷ୍ପତ୍ତି ନେଇଥିଲେ। ଜବତ ଡାଲିଗୁଡ଼ିକୁ ସଂପୃକ୍ତ ଗୋଦାମ ମାଲିକମାନଙ୍କୁ ହସ୍ତାନ୍ତର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ କହିଥିଲା। ତେବେ ଆଜି କଟକ ଜିଲ୍ଲପାଳ ଓ ମାଲଗୋଦାମ ବ୍ୟବସାୟୀ ସଂଘ ମଧ୍ୟରେ ବସିଥିବା ବୈଠକ ସଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story