ସାତକୋଶିଆରେ ଗର୍ଜିବ ମଧ୍ୟପ୍ରଦେଶର ବାଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପାଇଁ ମଧ୍ୟପ୍ରଦେଶ ସରକାର ରାଜି ହୋଇଛନ୍ତି।  ମଧ୍ୟପ୍ରଦେଶର ବାନ୍ଧବଗଡ଼ ସଂରକ୍ଷିତ ଜଙ୍ଗଲରୁ ୩ ଯୋଡ଼ା ବାଘଙ୍କୁ ଓଡ଼ିଶାର ସାତକୋଶିଆକୁ ଅଣାଯିବ। ଏଥିପାଇଁ ଓଡ଼ିଶା ସରକାରଙ୍କ ଏକ ଟିମ୍ ଖୁବ୍ ଶୀଘ୍ର ମଧ୍ୟପ୍ରଦେଶ ଗସ୍ତ କରିବ। ଆସନ୍ତା ଏପ୍ରିଲ୍ ସୁଦ୍ଧା ଓଡ଼ିଶାର ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶ ବାଘ ବିଚରଣ କରିବାର ଯୋଜନା ଫଳପ୍ରଦ ହେବ ବୋଲି ବନ ବିଭାଗ ଅଧିକାରୀ ଆଶା ବାନ୍ଧିଛନ୍ତି। ବାଘ ଆଣିବା କେବଳ ବାଘର […]

tiger

tiger

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 10:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପାଇଁ ମଧ୍ୟପ୍ରଦେଶ ସରକାର ରାଜି ହୋଇଛନ୍ତି।  ମଧ୍ୟପ୍ରଦେଶର ବାନ୍ଧବଗଡ଼ ସଂରକ୍ଷିତ ଜଙ୍ଗଲରୁ ୩ ଯୋଡ଼ା ବାଘଙ୍କୁ ଓଡ଼ିଶାର ସାତକୋଶିଆକୁ ଅଣାଯିବ। ଏଥିପାଇଁ ଓଡ଼ିଶା ସରକାରଙ୍କ ଏକ ଟିମ୍ ଖୁବ୍ ଶୀଘ୍ର ମଧ୍ୟପ୍ରଦେଶ ଗସ୍ତ କରିବ। ଆସନ୍ତା ଏପ୍ରିଲ୍ ସୁଦ୍ଧା ଓଡ଼ିଶାର ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶ ବାଘ ବିଚରଣ କରିବାର ଯୋଜନା ଫଳପ୍ରଦ ହେବ ବୋଲି ବନ ବିଭାଗ ଅଧିକାରୀ ଆଶା ବାନ୍ଧିଛନ୍ତି।

ବାଘ ଆଣିବା କେବଳ ବାଘର ବଂଶ ବିସ୍ତାର କିମ୍ବା ଜଙ୍ଗଲ ପରିସୀମା ଅଭିବୃଦ୍ଧି ନୁହେଁ, ଜୈବ ବିବିଧତାର ସନ୍ତୁଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶାକୁ ଏହି ବାଘ ଦେବା ପାଇଁ ମଧ୍ୟପ୍ରଦେଶ ସରକାର ରାଜି ହେବା ପରେ ବନବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ମଧ୍ୟପ୍ରଦେଶର ବାନ୍ଧବଗଡ଼ କିମ୍ବା କାହ୍ନା ଜାତୀୟ ବାଘ ଉଦ୍ୟାନରୁ ଏହି ବାଘଙ୍କୁ ଅଣାଯିବ। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଯୋଡ଼ି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଦୁଇ ଯୋଡ଼ି ଅର୍ଥାତ୍ ମୋଟ ୬ଟି ବାଘଙ୍କୁ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବ। ଏଥିପାଇଁ ମଧ୍ୟପ୍ରଦେଶ ସରକାରଙ୍କର ବିଧିବଦ୍ଧ ପତ୍ର ମିଳିବା ପରେ ଓଡ଼ିଶା ବନ ବିଭାଗ ପକ୍ଷରୁ ଏକ ପ୍ରୋଟୋକଲ୍ ପ୍ରସ୍ତୁତ କରାଯିବ। ଓଡ଼ିଶା ବନ ବିଭାଗର ଟିମ୍ ସହ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଏବଂ ନ୍ୟାସନାଲ୍ ଟାଇଗର କଞ୍ଜରର୍ଭେସନ ଅଥରିଟି, ଏଣ୍ଟିସିଏ ଟିମ୍ ମଧ୍ୟ ମଧ୍ୟପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ବାଘଯୋଡ଼ିଙ୍କୁ ମଧ୍ୟପ୍ରଦେଶ ଜଙ୍ଗଲରେ କିଭଳି କ୍ୟାପ୍ଚର, ଟ୍ରାଙ୍କୁଲାଇଜ୍ ଏବଂ ଓଡ଼ିଶା ସ୍ଥାନାନ୍ତର କରାଯିବ- ଏ ସଂକ୍ରାନ୍ତରେ ସଂପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏନ୍‌କ୍ଲୋଜର, ପ୍ରେ ବେସ୍ ଓ ସର୍ଭେଲାନ୍ସକୁ ଗୁରୁତ୍ୱ ଦେଇ ବାଘଙ୍କୁ ଛଡ଼ାଯିବ। ପ୍ରଥମ ଯୋଡ଼ିଙ୍କ ସଫଳ ବିଚରଣ ପରେ ଅନ୍ୟ ଯୋଡ଼ିଙ୍କୁ ଅଣାଯିବାର ବ୍ୟବସ୍ଥା କରାଯିବ।

ସାତକୋଶିଆ ଅଭୟାରଣ୍ୟରେ ବାଘ ଛାଡ଼ିବା ପାଇଁ କୋର୍ ଏରିଆରେ ରହୁଥିବା ଦୁଇଟି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବାଘ ରହିବା ପାଇଁ ଉପଯୁକ୍ତ ବାତାବରଣ ମଧ୍ୟ ପ୍ରସ୍ତୁତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos