୬୫ ବର୍ଷ ବୟସରେ ବଦ୍‌ମାସି କରିବାକୁ ମନ ହେଲା, ନାମ ନେଲେ

କଲ୍ୟାଣସିଂହପୁର(ମନୋଜ ପାତ୍ର): ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୬୫ ବର୍ଷୀୟ ବୃଦ୍ଧଙ୍କୁ ପୋଲିସ୍‌ ଗିରଫ କରିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୁକ୍ତ ଜଣଙ୍କ ସେହି ସାହିର ଜଳ ବେନ୍ୟା।

ଅଭିଯୋଗ ଅନୁସାରେ ଗତ ରାତିରେ ଯୁବତୀ ଜଣକ ଘରେ ଶୋଇଥିବା ବେଳେ ବେନ୍ୟା ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ଯୁବତୀ ଜଣକ ଉଠି ପଡ଼ି ଜୋରରେ ଚିତ୍କାର କରିଥିଲେ। ପରେ ବେନ୍ୟା ସେହି ସ୍ଥାନରୁ ଫେରାର୍ ହୋଇଯାଇଥିଲେ। ସକାଳୁ ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ କଲ୍ୟାଣସିଂପୁର ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।