୬ ଦିନ ପରେ ଆମରଣ ଅନଶନରୁ ଉଠିଲେ କଂଗ୍ରେସ ନେତା

ଭୁବନେଶ୍ୱର: ଆଜି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ପରେ ୬ କଂଗ୍ରେସ ନେତା ସେମାନଙ୍କ ଆମରଣ ଅନଶନ ଭାଙ୍ଗିଛନ୍ତି। ଜାପାନୀ ଜ୍ୱରରେ ୫୦୦ରୁ ଊର୍ଦ୍ଧ୍ୱ ଶିଶୁ ମରିଥିଲେ ମଧ୍ୟ ସରକାର ଚଞ୍ଚକତା କରି ଏହି ସଂଖ୍ୟାକୁ ୧୦୩ରେ ସିମିତ ରଖିଥିବା, ଏବଂ ଆଦିବାସୀ ଓ ଦଳିତଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ନେତାମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ, ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଥିବା ୫୫ ଡାକ୍ତର […]

cogress

cogress

Rakesh Mallick
  • Published: Monday, 26 December 2016
  • Updated: 26 December 2016, 04:18 PM IST

Sports

Latest News

cogressଭୁବନେଶ୍ୱର: ଆଜି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ପରେ ୬ କଂଗ୍ରେସ ନେତା ସେମାନଙ୍କ ଆମରଣ ଅନଶନ ଭାଙ୍ଗିଛନ୍ତି। ଜାପାନୀ ଜ୍ୱରରେ ୫୦୦ରୁ ଊର୍ଦ୍ଧ୍ୱ ଶିଶୁ ମରିଥିଲେ ମଧ୍ୟ ସରକାର ଚଞ୍ଚକତା କରି ଏହି ସଂଖ୍ୟାକୁ ୧୦୩ରେ ସିମିତ ରଖିଥିବା, ଏବଂ ଆଦିବାସୀ ଓ ଦଳିତଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ନେତାମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି।

ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ, ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଥିବା ୫୫ ଡାକ୍ତର ପଦବୀ ପୂରଣ ଆଦି ଦାବିରେ ଗତ ୨୧ ତାରିଖଠାରୁ କଂଗ୍ରେସର ରାଜ୍ୟ ଉପ ସଭାପତି ପ୍ରଦୀପ ମାଝିଙ୍କ ନେତୃତ୍ୱରେ କିଛି କର୍ମକର୍ତ୍ତା ଭୁବନେଶ୍ୱର ସ୍ଥିତ ରାଜଭବନ ସମ୍ମୁଖରେ ଆମରଣ  ଅନଶନରେ ବସିଥିଲେ। ଆଜି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ପରେ ସେମାନେ ଅନଶନ ଭାଙ୍ଗିଛନ୍ତି।

ପ୍ରଦୀପ ମାଝି କହିଛନ୍ତି,“ସରକାର ଯଦି ଆମ କଥା ନ ଶୁଣି ଅଣଦେଖା କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ। ରାଜ୍ୟପାଳ ଯଦି ଆମକୁ ନ୍ୟାୟ ଦେବେ ନାହିଁ ତାହାହେଲେ ଆମେ ରାସ୍ତାକୁ ଓହ୍ଲାଇବୁ ଓ ଜନ ଆନ୍ଦୋଳନ କରିବୁ ବୋଲି ଆମେ ତାଙ୍କୁ କହିଛୁ। ଆନ୍ଦୋଳନକୁ ବ୍ୟାପକ କରିବାକୁ ଯୋଜନା କରାଯାଇଛି। ସେଥିପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତି ହୋଇସାରିଛି।“

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଆଦିବାସୀ ଓ ଦଳିତଙ୍କ ପାଇଁ ଆମର ଏହି ଲଢ଼େଇ ଜାରି ରହିବ। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ।”

ସୂଚନାଯୋଗ୍ୟ, ଜେଇରେ ମୃତ ଶିଶୁଙ୍କ ପିଛା ୩ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତ ବେଳେ ଘୋଷଣା କରିଥିଲେ। ଯାହାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଅସନ୍ତୋଷ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos