୭ ଦଫା ଦାବିରେ ୧୨ ଘଣ୍ଟିଆ ଲମତାପୁଟ ବନ୍ଦ

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ଆଜି ୧୨ ଘଣ୍ଟିଆ  ବନ୍ଦ ପାଳନ କରାଯାଉଛି। ୭ ଦଫା ଦାବି ନେଇ ଲମତାପୁଟ ଯୁବକ ସଂଘ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି। ଫଳରେ ଦୋକାନ ବଜାର, ମାଛକୁଣ୍ଡରୁ ଜୟପୁର ଓ କୋରାପୁଟକୁ ବସ୍ ଚଳାଚଳ ବନ୍ଦ ରହିଛି।

ଲମତାପୁଟରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ, ଲମତାପୁଟ କୋଟା ପର୍ଯ୍ୟନ୍ତ ଉନ୍ନତ ମାନର ରାସ୍ତାର ନିର୍ମାଣ, ସୁଲଭ ଶୌଚାଳୟ, ଯାତ୍ରୀ ବିଶ୍ରାମାଗର ନିର୍ମାଣ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତ ଆଦି ଦାବି କରି ଏହି ବନ୍ଦ ଡ଼ାକରା ଦିଆଯାଇଛି।