୭ ଦଫା ଦାବି ନେଇ ଓଡ଼ିଶା ଶିକ୍ଷା ସହାୟକ ସଂଘର ଧାରଣା

ଭୁବନେଶ୍ୱର: ୭ଦଫା ଦାବି ନେଇ ରାଜଧାନୀର ଲୋୟର ପିଏମଜିରେ ଓଡିଶା ଶିକ୍ଷା ସହାୟକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ଶିକ୍ଷା ଅଧିକାର ଆଇନ୍ ୨୦୦୯ ଓ ରାଜ୍ୟ ଅଧିକାର ଆଇନ୍ ୨୦୧୦ ଅନୁସାରେ ଶିକ୍ଷା ସହାୟକଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବାକୁ ସଂଘ ଦାବି କରିଛି। ଏହାସହ ମୃତ୍ୟୁକାଳୀନ ସହାୟତା, ପୁନଃର୍ବାସ ଓ ଥଇଥାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଶିକ୍ଷା ସହାୟକମାନଙ୍କୁ ଜିଲ୍ଲା ଭିତରେ ଓ ବାହାରେ ବଦଳିର ବ୍ୟବସ୍ଥା କରାଯିବା, ଟିଜିଟି ପୋଷ୍ଟରେ ନିଯୁକ୍ତ ଅଣତାଲିମ ପ୍ରାପ୍ତ ଶିକ୍ଷା ସହାୟକଙ୍କୁ ବିଏଡ ତାଲିମ ପ୍ରଦାନ କରିବାକୁ ସଂଘ ଦାବି କରିଛି।