ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା କଣ୍ଟେନର

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଆଜି ଭୋରରୁ ସଡ଼କ ଦୁର୍ଘଟଣା ଘଟିଛି। ଏକ ତୀର୍ଥଯାତ୍ରୀ ବସ୍‌କୁ କଣ୍ଟେନର ପଛପଟୁ ଧକ୍କା ଦେବାଫଳରେ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଯାତ୍ରୀମାନେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି।

ଆଜି ଭୋର ୫ଟା ସମୟରେ ତୀର୍ଥଯାତ୍ରୀ ବସ୍‌ଟି ପଶ୍ଚିମବଙ୍ଗରରୁ ଯାତ୍ରୀମାନଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଲକ୍ଷ୍ଣଣନାଥ ଟୋଲଗେଟ୍ ନିକଟରେ ଦ୍ରୁତଗତିରେ ଏକ କଣ୍ଟେନର ଆସି ବସ୍‌ର ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ  ବାଲେଶ୍ୱର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି।  

ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ବସ୍‌ରେ ଡ୍ରାଇଭରକୁ ଲଗାଇ ୫୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି। 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।