୭୦ କେଜି ଗଞ୍ଜେଇ ଜବତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବାଲୁଘାଟ ନିକଟରୁ ଏକ ଇଣ୍ଡିଗୋ କାରରୁ ୭୦ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ହଜାର ଟଙ୍କା ହେବ । ପୁଲିସ୍ ଏହି ଘଟଣାରେ ୪ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି।

ଗତକାଲି ସନ୍ଧ୍ୟାରେ ବଲାଙ୍ଗିରରୁ ରାଉରକେଲାକୁ ଏକ କାର୍‌ରେ ଗଞ୍ଜେଇ ଚାଲାଣ କରାଯାଉଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ବାଲୁଘାଟ ନିକଟରେ ପୁଲିସ୍‌ ଗାଡ଼ିକୁ ଅଟକାଇ ୭୦ କେଜି ଗଞ୍ଜେଇ ଜବତ କରିଥିଲା।