୭୮% ଗରିବ ଓଡ଼ିଆଙ୍କ ଘରୁ ସରିଗଲାଣି ସରକାରୀ ଚାଉଳ, ଚିନ୍ତାରେ ପରିବାର

ଭୁବନେଶ୍ୱର: ଗରିବ ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପିଡିଏସ ଚାଉଳ ଯୋଗାଇ ଦିଆଯାଉଛି। ଏବେ କରୋନା ଲକଡାଉନ ଯୋଗୁ ସରକାର ୩ ମାସ ଆଗୁଆ ଚାଉଳ ଯୋଗାଇ ଦେବାକୁ କହିଛନ୍ତି। ତେବେ ବର୍ତ୍ତମାନ ସ୍ଥିତି ଏପରି ହୋଇଛି ଯେ ରାଜ୍ୟର ୭୮% ଗରିବଙ୍କୁ ମିଳିଥିବା ପିଡିଏସ ଚାଉଳ ସରିଗଲାଣି ବା ଆଉ କିଛି ଲୋକଙ୍କ ଘରୁ ଏହା ସରିବା ଅବସ୍ଥାରେ ପହଞ୍ଚି ଯାଇଛି। ବିଶେଷ କରି କାମଧନ୍ଦା ଅଭବାରୁ ଦାଦନ ଖଟିବାକୁ ବାହାରକୁ ଯାଉଥିବା ୪ ଜିଲ୍ଲାରେ […]

dt

dt

Hemant Lenka
  • Published: Friday, 31 July 2020
  • Updated: 31 July 2020, 02:56 PM IST

Sports

Latest News

ଭୁବନେଶ୍ୱର: ଗରିବ ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପିଡିଏସ ଚାଉଳ ଯୋଗାଇ ଦିଆଯାଉଛି। ଏବେ କରୋନା ଲକଡାଉନ ଯୋଗୁ ସରକାର ୩ ମାସ ଆଗୁଆ ଚାଉଳ ଯୋଗାଇ ଦେବାକୁ କହିଛନ୍ତି। ତେବେ ବର୍ତ୍ତମାନ ସ୍ଥିତି ଏପରି ହୋଇଛି ଯେ ରାଜ୍ୟର ୭୮% ଗରିବଙ୍କୁ ମିଳିଥିବା ପିଡିଏସ ଚାଉଳ ସରିଗଲାଣି ବା ଆଉ କିଛି ଲୋକଙ୍କ ଘରୁ ଏହା ସରିବା ଅବସ୍ଥାରେ ପହଞ୍ଚି ଯାଇଛି।

ବିଶେଷ କରି କାମଧନ୍ଦା ଅଭବାରୁ ଦାଦନ ଖଟିବାକୁ ବାହାରକୁ ଯାଉଥିବା ୪ ଜିଲ୍ଲାରେ ଏଭଳି ସମସ୍ୟା ଅଧିକ ଦେଖାଯାଇଛି। ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ ନାମକ ଗୋଟିଏ ଏନଜିଓ ସଂସ୍ଥା ମାର୍ଚ୍ଚ ମାସରୁ ଜାରି ରହିଥିବା ଲକଡାଉନ ଯୋଗୁ ଲୋକମାନେ କେମିତି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତା’ର ସର୍ଭେ କରିଥିଲା।

ସର୍ଭେ ବେଳେ ବରଗଡ଼, ବଲାଙ୍ଗିର, କନ୍ଧମାଳ ଓ ନୂଆପଡ଼ାରେ ଲୋକମାନେ ପିଡିଏସ ଚାଉଳ ପାଉଛନ୍ତି କି ନାହିଁ ତା’ର ଯାଞ୍ଚ କରିଥିଲା। ଜୁଲାଇ ୧ରୁ ୧୫ ମଧ୍ୟରେ ଫୋନ ଜରିଆରେ ହୋଇଥିବା ଏହି ସର୍ଭେର ତଥ୍ୟ ଅନୁଯାୟୀ, ୧୬% ଲୋକଙ୍କୁ ଘରୁ ପିଡିଏସ ଚାଉଳ ଶେଷ ହୋଇଯାଇଛି। ୨୪% ଲୋକ କହିଛନ୍ତି ଯେ ତାଙ୍କ ପରିବାର ବର୍ଗଙ୍କୁ ମିଳିଥିବା ଚାଉଳ ଆଉ ୨ ଦିନରୁ ୭ ଦିନ ମଧ୍ୟରେ ଶେଷ ହୋଇଯିବ। ସେହିପରି ୩୮% ଲୋକଙ୍କୁ ମିଳିଥିବା ଚାଉଳ ଆଉ ୮ରୁ ୧୫ ଦିନ ମଧ୍ୟରେ ଶେଷ ହୋଇଯିବ ବୋଲି ସେମାନେ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ୪ ଜିଲ୍ଲାର ୭୩% ଲୋକଙ୍କ ପାଖରେ ଚାଉଳ କିଣିବାକୁ ଟଙ୍କା ନାହିଁ। ଲକଡାଉନ ଯୋଗୁ ରାସନ କିଣିବାରେ ସମସ୍ୟା ହେଉଛି। ଏହି କାରଣରୁ ୫୪% ଲୋକ ସେମାନେ ଖାଉଥିବା ଖାଦ୍ୟର ପରିମାଣ ଓ ସମୟକୁ ମଧ୍ୟ କମାଇ ଦେଇଛନ୍ତି।

୩୫ଟି ପରିବାର ଲକଡାଉନ ଯୋଗୁ ପୂର୍ବାପେକ୍ଷା କମ ଆହାର ଗ୍ରହଣ କରୁଥିବା ବେଳେ ଏମାନଙ୍କ ମଧ୍ୟରୁ ୩୭% ଲୋକଙ୍କ ଘରେ ଚାଉଳ ନାହିଁ କିମ୍ବା ଆଉ ୨ରୁ ୩ ଦିନ ମଧ୍ୟରେ ଏହା ଶେଷ ହୋଇଯିବ।

ମାର୍ଚ୍ଚ ୨୧ରେ ରାଜ୍ୟ ସରକାର ଆସନ୍ତା ୩ ମାସ ଯାଏ ୯୪ ଲକ୍ଷ ଗରିବ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଥିଲେ। ପରିବାରର ଜଣଙ୍କ ପିଛା ୧ ଟଙ୍କାରେ ୫ କେଜି ଚାଉଳ କିମ୍ବା ଗହମ ଓ ମାଗଣା ଦୁଇ ଲିଟର କିରାସିନ ଯୋଗାଇ ଦିଆଯିବ। ସେହିପରି ୯୪ ଲକ୍ଷ ରାସନ କାର୍ଡଧାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ନଗଦ ଟଙ୍କା ଦେବାକୁ ମଧ୍ୟ ସରକାର ଘୋଷଣା କରିଥିଲେ।

ବାର୍ଦ୍ଧକ୍ୟ ଭତ୍ତା ବାବଦରେ ମଧ୍ୟ ଆଗୁଆ ୨ ହଜାର ଟଙ୍କା ଲେଖାଏ ଦେବାକୁ ସରକାର କହିଥିଲେ। ତେବେ ସର୍ଭେ ବେଳେ ଜଣାପଡ଼ିଛି ଯେ ଭତ୍ତା ପାଉଥିବା ଅଧିକାଂଶ ପରିବାର ଏହି ଅର୍ଥକୁ ଚିକିତ୍ସା ବାବଦରେ ଖର୍ଚ୍ଚ କରିଛନ୍ତି।

ସର୍ଭେ କରିଥିବା ସମୀତ ପଣ୍ଡା କହିଛନ୍ତି, ୫୭% ଲୋକ ଟଙ୍କା ଅଭାବରୁ ଖାଦ୍ୟ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଜଣାପଡ଼ିଛି। ସେହିପରି ୬୯% ଲୋକ ଟଙ୍କା ଧାର କରି କିମ୍ବା ସ୍ଥାନୀୟ ଗ୍ରୋସରୀ ଦୋକାନରୁ ବାକିରେ ସାମଗ୍ରୀ କିଣି ପେଟକୁ ଦାନା ଯୋଗାଡ଼ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos