୭ଦଫା ଦାବିରେ ନାଗରିକ ମଞ୍ଚ ପକ୍ଷରୁ ବ୍ରଜରାଜନଗରରେ ରେଳରୋକ

ଝାରସୁଗୁଡ଼ା: ୭ଦଫା ଦାବିରେ ବ୍ରଜରାଜନଗର ରେଳ ଷ୍ଟେସନରେ ନାଗରିକ ମଞ୍ଚ ପକ୍ଷରୁ ଆଜି ରେଳ ରୋକ କରାଯାଇଛି। ଫଳରେ ଝାରସୁଗୁଡ଼ା ଓ ବେଲପାହାଡ଼ ରେଳ ଷ୍ଟେସନଠାରେ ଟ୍ରେନଗୁଡିକ ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜାଦହିନ୍ଦ୍ ଏକ୍ସପ୍ରେସର ରହଣୀ, ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣ, ଓଭର ବ୍ରିଜ ନିର୍ମାଣ ପ୍ରମୁଖ ଦାବି ନେଇ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଏହି ଆନ୍ଦୋଳନରେ  ସାମିଲ ହୋଇଛନ୍ତି। ସରକାର ଏଠାରୁ ରାଜସ୍ୱ ବାବଦକୁ କୋଟି କୋଟି ଆଦାୟ କରୁଥିଲେ ମଧ୍ୟ ଯାତ୍ରୀଙ୍କ […]

rail roka

rail roka

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 08:55 AM IST

Sports

Latest News

ଝାରସୁଗୁଡ଼ା: ୭ଦଫା ଦାବିରେ ବ୍ରଜରାଜନଗର ରେଳ ଷ୍ଟେସନରେ ନାଗରିକ ମଞ୍ଚ ପକ୍ଷରୁ ଆଜି ରେଳ ରୋକ କରାଯାଇଛି। ଫଳରେ ଝାରସୁଗୁଡ଼ା ଓ ବେଲପାହାଡ଼ ରେଳ ଷ୍ଟେସନଠାରେ ଟ୍ରେନଗୁଡିକ ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜାଦହିନ୍ଦ୍ ଏକ୍ସପ୍ରେସର ରହଣୀ, ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣ, ଓଭର ବ୍ରିଜ ନିର୍ମାଣ ପ୍ରମୁଖ ଦାବି ନେଇ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଏହି ଆନ୍ଦୋଳନରେ  ସାମିଲ ହୋଇଛନ୍ତି। ସରକାର ଏଠାରୁ ରାଜସ୍ୱ ବାବଦକୁ କୋଟି କୋଟି ଆଦାୟ କରୁଥିଲେ ମଧ୍ୟ ଯାତ୍ରୀଙ୍କ ସୁବିଧା ପ୍ରତି ଅବହେଳା କରୁଛି। ଏ ନେଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ଲାଭ ହେଉ ନ ଥିବା ସେମାନେ ଅଭିଯୋଗ କରିବା ସହ ଏକ ଦାବିପତ୍ର ଦେଇଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନରେ ବରିଷ୍ଠ ପୋଲିସ ଅଧିକାରୀ ଓ ତହସିଲଦାର ଉପସ୍ଥିତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos