୮ ଦଫା ଦାବିରେ କଂଗ୍ରେସର ବୌଦ୍ଧ ବନ୍ଦ

ବୌଦ୍ଧ: ୮ ଦଫା ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ ବୌଦ୍ଧ ପକ୍ଷରୁ ୧୨ ଘଣ୍ଟା ବୌଦ୍ଧ ବନ୍ଦ ଡାକରା ଦିଆଯାଇଛି। ଫଳରେ ଆଜି ସକାଳ ୬ଟା ଠାରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରର ସମସ୍ତ ବ୍ୟବସା ପ୍ରତିଷ୍ଠାନ,ଦୋକାନ ବଜାର ଓ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି।

ବେଆଇନ ଭାବେ ରେସନ କାର୍ଡ ହାତେଇଥିବା ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ବିଭାଗର ଡାକ୍ତର ପଦବୀ ପୂରଣ ଓ ଆନୁସାଙ୍ଗିକ ଅସୁବିଧା ଦୂରୀକରଣ, ଜିଲ୍ଲାର ସର୍ବ ପୁରାତନ କଲେଜକୁ ସରକାରୀ ମାନ୍ୟତା, ସହରକୁ ତୁରନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଧାରିବା ଏବଂ ଜିଲ୍ଲାକୁ ସ୍ମାର୍ଟ ସିଟି ଘୋଷଣା ସମେତ ୮ ଦଫା ଦାବିରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ଯଦି ସରକାର ଏସବୁ ଦାବି ଗୁଡିକ ଯଥାଶୀଘ୍ର ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋର‌ଦାର‌ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।