୯ ରୁ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ  ଦେବ ଧାରଣା

ଭୁବନେଶ୍ୱର: ଓଡ଼ିଶା ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି  ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ  ଆସନ୍ତା ୯ ତାରିଖରୁ  ରାଜରାସ୍ତାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛି। ରାଜ୍ୟର ୬୬୨ ବର୍ଗ କଲେଜ ବନ୍ଦ ରଖି ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ରାଜରାସ୍ତାରେ ଧାରଣାରେ ବସିବେ ବୋଲି ସାମ୍ବାଦିକ ସମ୍ମିଳନୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ  ଫେବୃଆରୀ ୧୬ରୁ ଏବଂ ମାର୍ଚ୍ଚ୨ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ତିନି ଓ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ଓ ମୂଲ୍ୟାଙ୍କନକୁ ମଧ୍ୟ ବର୍ଜନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ବାରମ୍ବାର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି  ଆଉ ବରଦାସ୍ତ କରାଯିବନି ବୋଲି ସଂଘ ପକ୍ଷରୁ କୁହାଯାଇଛି।