ପୁଣି ଜଣେ ନବମ ଶ୍ରେଣୀ ଝିଅଙ୍କୁ...

ବୌଦ୍ଧ(ଓଡ଼ିଶା ରିପୋର୍ଟର): ୯ମ ଶ୍ରେଣୀରେ ପଢ଼ୁଥିବା କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମରେ ଶିକାର ହୋଇଥିଲେ। ନ୍ୟାୟ ପାଇଁ ବାରଦୁଆଇ ହୋଇ ଶେଷରେ ଆତ୍ମହତ୍ୟା କଲେ। ଏହି ନିଆଁ ଏବେ ସମଗ୍ର ରାଜ୍ୟରେ ଜଳୁଛି। ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବା ବେଳେ ଗତକାଲି ପୁଣି ଜଣେ ୯ମ ଶ୍ରେଣୀ ଛାତ୍ରୀ ଗଣ ଦୁଷ୍କର୍ମରେ ଶିକାର ହୋଇଛି। ନାବାଳିକା ଜଣକ ପୀଉସୀ ସହିତ ନଳକୂପ ପାଖକୁ ପାଣି ଆଣିବାକୁ ଯାଇଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଟେକି ନେଇ […]

Tubewell

Tubewell

Rakesh Mallick
  • Published: Monday, 29 January 2018
  • Updated: 29 January 2018, 04:27 PM IST

Sports

Latest News

ବୌଦ୍ଧ(ଓଡ଼ିଶା ରିପୋର୍ଟର): ୯ମ ଶ୍ରେଣୀରେ ପଢ଼ୁଥିବା କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମରେ ଶିକାର ହୋଇଥିଲେ। ନ୍ୟାୟ ପାଇଁ ବାରଦୁଆଇ ହୋଇ ଶେଷରେ ଆତ୍ମହତ୍ୟା କଲେ। ଏହି ନିଆଁ ଏବେ ସମଗ୍ର ରାଜ୍ୟରେ ଜଳୁଛି। ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବା ବେଳେ ଗତକାଲି ପୁଣି ଜଣେ ୯ମ ଶ୍ରେଣୀ ଛାତ୍ରୀ ଗଣ ଦୁଷ୍କର୍ମରେ ଶିକାର ହୋଇଛି। ନାବାଳିକା ଜଣକ ପୀଉସୀ ସହିତ ନଳକୂପ ପାଖକୁ ପାଣି ଆଣିବାକୁ ଯାଇଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ସମ୍ୱେଦନଶୀଳ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ଘଟିଛି।

ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ଏକ ବାହାଘର ଉତ୍ସବରେ ଯୋଗଦେବା ପାଇଁ କୁଡ଼ିବାହାଲ ଗାଁକୁ ଯାଇଥିଲେ। ଗତକାଲି ରାତିରେ ନାବାଳିକା ଜଣକ ଶୈଚ ପାଇଁ ପୀଉସୀ ସହିତ ନଳକୂପ ପାଖକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଦୁଇ ଜଣ ଯୁବକ, ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇଥିଲେ। ତେବେ ସାଥୀରେ ଯାଇଥିବା ପୀଉସୀ ଯେତେ ଅନୁରୋଧ କଲେ ମଧ୍ୟ ଅଭିଯୁକ୍ତମାନେ ଶୁଣିନଥିଲେ। ପରେ ଜଙ୍ଗଲ ଭିତରେ ନାବାଳିକାକୁ ଦୁଇ ଅଭିଯୁକ୍ତ ଗଣ ଦୁଷ୍କର୍ମ କରି ପଳାଇ ଯାଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ ଆଜି ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos