ମାର୍କେଟ ବିଲ୍ଡିଂ ନିକଟରେ ଅଟୋକୁ ଧକ୍କା ଦେଲା ବାଇକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଏକ ବାଇକ୍‌ ଅଟୋକୁ ପଛରୁ ଧକ୍କା ଦେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସପିପଟାଲରେ ଭର୍ତ୍ତି କରାଯାଇଛି। ଦୁଇଜଣ ଯୁବକଙ୍କ ପରିଚୟ ମିଳିନାହିଁ। ସେମାନେ ସ୍ଥାନୀୟ ୧ ନମ୍ବର ହାଟରେ ଦୋକାନ କରିଥିବା ସୂଚନା ମିଳିଛି ।

ଗତକାଲି ମାର୍କେଟ ବିଲ୍ଡିଂ ନିକଟରେ ଏକ ଅଟୋ ଯାଉଥିବା ବେଳେ ପଛରୁ ଏକ ବାଇକ୍‌ ଆସି ଅଟୋକୁ ଧକ୍କା ଦେଇଥିଲା। ପରେ ବାଇକ୍‌ରେ ଥିବା ଦୁଇ ଜଣ ଯୁବକ ରାସ୍ତା ଉପରେ ଛିଟକି ପଡ଼ିଥିଲେ।  ଦୁଇ ଜଣଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ହେଲେ ଅଟୋରେ ଥିବା ଯାତ୍ରୀଙ୍କର କିଛି କ୍ଷୟକ୍ଷତି ନ ହୋଇଥିବା ଜଣାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।