ଜନ୍ମମାଟିରେ ହେବ ବିଜୟ ରଂଜନ ସିଂ ବରିହାଙ୍କର ଅନ୍ତିମ ସଂସ୍କାର

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କର ଆଜି ହେବ ଶେଷକୃତ୍ୟ। ବିଧାୟକଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଶୋଭାଯାତ୍ରାରେ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ। ଆଜି ସକାଳେ ବିଜେଡିର ଅନେକ ବରିଷ୍ଠ ନେତା ପଦ୍ମପୁର ବିଧାୟକଙ୍କ ଶେଷ ଦର୍ଶନ କରିଥିଲେ। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ,  ବିଜେଡି ନେତ୍ରୀ  ସ୍ନେହାଙ୍ଗିନୀ ଛୁରିଆ ଓ ମନ୍ତ୍ରୀ ରିତା […]

BjD mla

BjD mla

Tapaswini Nayak
  • Published: Tuesday, 04 October 2022
  • Updated: 04 October 2022, 02:24 PM IST

Sports

Latest News

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କର ଆଜି ହେବ ଶେଷକୃତ୍ୟ। ବିଧାୟକଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଶୋଭାଯାତ୍ରାରେ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ।

ଆଜି ସକାଳେ ବିଜେଡିର ଅନେକ ବରିଷ୍ଠ ନେତା ପଦ୍ମପୁର ବିଧାୟକଙ୍କ ଶେଷ ଦର୍ଶନ କରିଥିଲେ। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ,  ବିଜେଡି ନେତ୍ରୀ  ସ୍ନେହାଙ୍ଗିନୀ ଛୁରିଆ ଓ ମନ୍ତ୍ରୀ ରିତା ସାହୁ ପ୍ରମୁଖ ଶେଷ ଦର୍ଶନ କରି ବିଜୟ ରଂଜନ ସିଂ ବରିହାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗତକାଲି ବହୁ ସଂଖ୍ୟାରେ ସ୍ଥାନୀୟ ନେତା ଓ ଜନତା ବିଧାୟକଙ୍କ ଶେଷ ଦର୍ଶନ କରିଥିଲେ।

[caption id="attachment_771293" align="aligncenter" width="650"]bjd mla ବିଜେଡି ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କର ଶେଷ ଦର୍ଶନ କରୁଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ[/caption]

ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଧାୟକ ବିଜୟ ରଂଜନ ସିଂହଙ୍କ ପରଲୋକ ଘଟିଥିଲା।  ଅସୁସ୍ଥତା ଯୋଗୁ କିଛି ଦିନ ହେବ ବିଜୟ ରଂଜନ ସିଂହ ବରିହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କ ଅବସ୍ଥାରେ କିଛି ଉନ୍ନତି ଆସି ନଥିଲା ଓ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ଦେହାନ୍ତ ହୋଇଥିଲା।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos