ସମ୍ବଲପୁରରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାଝିପାଲି ନିକଟରୁ ଜଣେ ଷ୍ଟିଲ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ଅପହରଣ ହୋଇଥିବା ବ୍ୟବସାୟ ନାଁ ନରେଶ ଅଗ୍ରୱାଲ। ତାଙ୍କ ଘର ସମ୍ବଲପୁର ଜିଲ୍ଲା ରେମେଡେ ଅଞ୍ଚଳରେ। ପୁଲିସ୍ ତାଙ୍କ କାର୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆଜି ଦିନ ଦୁଇଟା ସମୟରେ ନରେଶ ନିଜ କାର୍‌ରେ ବ୍ୟବସାୟ କାମରେ ବାହାରକୁ ଯାଉଥିଲେ। ଏହି ସମୟରେ ମାଝିପାଲି ନିକଟରେ କେତେ ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଏହାପରେ ନରେଶଙ୍କୁ ଘୋଷାରି ନେଇ ଅନ୍ୟ ଏକ ଗାଡ଼ିରେ ବସାଇ ନେଇ ଯାଇଥିଲେ। ସମ୍ବଲପୁର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ବ୍ୟବସାୟିକ ଶତ୍ରୁତା କାରଣରୁ ନରେଶଙ୍କ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।