ଆମ ଲୋକଙ୍କ ‘ନାରୀ ପ୍ରୀତି’ : ଚୋରି କରି ନ ଥିବା ଲୋକକୁ ବାଡ଼େଇଲେ, କଥା ଧରାପଡ଼ିବା ପରେ ପେଖନା କାଢିଲେ ମହିଳା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୋବାଇଲ ଚୋରି ହୋଇଗଲା ବୋଲି ଚିଲ୍ଲେଇଲେ। ମହିଳା ଜଣଙ୍କର ଏଭଳି କଥା ଶୁଣି କାଳ ବିଳମ୍ବ ନ କରି ଜମିଗଲେ ଲୋକେ। ଏତିକି ବେଳେ ସେ ବଡ଼ପାଟି କରି କହୁଥାନ୍ତି “ଏଇ ଲୋକଟା ମୋ ଦାମି ମୋବାଇଲ ଚୋରାଇ ନେଇଛି।” କଥା ଶୁଣୁ ଶୁଣୁ ବିଚରା ଭାଇ ଜଣଙ୍କୁ ଚାରିପଟେ ଜମିଥିବା ଗହଳି ଭିତରୁ ପଡିଲା ଚାପୁଟା ଆଉ ବିଧା, ମୁହଁକୁ ମୁହଁକୁ ଚଟ୍‌କଣୀ। କିଏ କହୁଣିରେ ଖୁନ୍ଦା ମାରିଲା ତ କିଏ ବିଧା […]

phone

phone

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 05:45 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୋବାଇଲ ଚୋରି ହୋଇଗଲା ବୋଲି ଚିଲ୍ଲେଇଲେ। ମହିଳା ଜଣଙ୍କର ଏଭଳି କଥା ଶୁଣି କାଳ ବିଳମ୍ବ ନ କରି ଜମିଗଲେ ଲୋକେ। ଏତିକି ବେଳେ ସେ ବଡ଼ପାଟି କରି କହୁଥାନ୍ତି “ଏଇ ଲୋକଟା ମୋ ଦାମି ମୋବାଇଲ ଚୋରାଇ ନେଇଛି।” କଥା ଶୁଣୁ ଶୁଣୁ ବିଚରା ଭାଇ ଜଣଙ୍କୁ ଚାରିପଟେ ଜମିଥିବା ଗହଳି ଭିତରୁ ପଡିଲା ଚାପୁଟା ଆଉ ବିଧା, ମୁହଁକୁ ମୁହଁକୁ ଚଟ୍‌କଣୀ। କିଏ କହୁଣିରେ ଖୁନ୍ଦା ମାରିଲା ତ କିଏ ବିଧା ଉପରେ ବିଧା ଥୋଇ ଚାଲିଲା। ଏମିତି ପରିସ୍ଥିତିରେ ବିଚରା ମାଡ଼ ଖାଉଥିବା ଭଦ୍ରବ୍ୟକ୍ତି ଜଣଙ୍କ କଥା କେହି ଶୁଣିବାକୁ ନାରାଜ୍‌। ସତେ ଜେମିତି ମହିଳା ଜଣଙ୍କ କଥା ବେଦର ଗାର। ବାସ୍‌ ଏତିକି ବେଳେ ଭିଡ଼ ଭିତରୁ କେହି ସହୃଦୟ ବ୍ୟକ୍ତି ପୋଲିସକୁ ଫୋନ୍‌ କରିବାରୁ ପିସିଆର୍‌ ଭ୍ୟାନ୍‌ ଆସି ପହଞ୍ଚିଲା। ସୌଭାଗ୍ୟକୁ ମାଡ଼ ଖାଇ ଦରମରା ହୋଇଥିବା ଭାଇ ଜଣଙ୍କ ବର୍ତ୍ତିଗଲେ। କିନ୍ତୁ ପରେ ଜଣାପଡିଲା ଯେ, ଭାଇ ଜଣକ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ। ତୁଚ୍ଛାକୁ ଯାହା ମାଡ ଖାଇଥିଲେ। ତେବେ କେମିତି ଜଣାପଡିଲା, ପୁରା ଘଟଣା ପଢନ୍ତୁ।

ଘଟଣାଟି ହେଉଛି ଆମ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର । ନିକଟରେ ଏକ କାର୍ଯ୍ୟକ୍ରମରେ ବରମୁଣ୍ଡା ପଡିଆ କମ୍ପୁଥିବା ବେଳେ ଲୋକେ ସଂସ୍କୃତିକ କାର୍ଯ୍ୟକ୍ରମ ଦେଖୁଥାନ୍ତି। ଏତିକି ବେଳେ ଚକଲେଟ୍‌ ରଙ୍ଗର କୁର୍ତ୍ତି ପରିହିତ ଜଣେ ମହିଳା ପାଟି କଲେ। ବଝୁ ବୁଝୁ ଜଣାପଡ଼ିଲା ଦିଦିଙ୍କ ମୋବାଇଲ ଚୋରି ହୋଇଯାଇଛି। ପାଖରେ ବସିଥିବା ଜଣେ ବ୍ୟକ୍ତି ତାଙ୍କ ମୋବାଇଲଟି ନେଇ ଯାଇଥିବା ସେ ଆରୋପ କରିଥିଲେ। କାରଣ ସେ ଭଦ୍ରବ୍ୟକ୍ତିଙ୍କ ମୋବାଇଲଟି ମଧ୍ୟ ମହିଳାଙ୍କ ମୋବାଇଲ ପରି ପୁରା ସମାନ, ଗୋଟିଏ କମ୍ପାନୀର । ସମ୍ପୃକ୍ତ ବ୍ୟକ୍ତି ଜଣକ ଧରିଥିବା ମୋବାଇଲଟି ନିଜର ବୋଲି କହି ଯୁକ୍ତି କରିଥିଲେ। ହେଲେ ଶୁଣିବ କିଏ। ଆମ ନିୟମ ତ ସେମିତି। ଝିଅଟିଏ ହେଉ ବା ମହିଳା ତା କଥା ପଡିଲେ ଦୁନିଆ ଯାକର କାମ ଛାଡି ଆମ ଲୋକେ ଆଗକୁ ଆସିବେ। କିଛି ବୁଝି ନ ବୁଝି ତାଙ୍କରି କଥାକୁ ଗୁରୁତ୍ୱ ଦେବେ। ସେଠି ବି ସେଇଆ ହେଲା। ଭାଇ ଜଣକ ସତ କହୁଛନ୍ତି ବୋଲି କେହି ବି ବୁଝିବାକୁ ଚେଷ୍ଟା କଲେନି । ଭଲିକି ଧୋଇଲେ।

ହେଲେ ପୋଲିସ ଆସିବା ପରେ ସବୁ କଥା ଜଣାପଡିଲା। କ୍ଷୀରକୁ କ୍ଷୀର ଆଉ ପାଣିକୁ ପାଣି ହୋଇଗଲା। ପୋଲିସ ପିସିଆର ଭ୍ୟାନ୍‌କୁ ଭାଇ ଜଣଙ୍କ ଚଢିଲା ବେଳକୁ ଅଭିଯୋଗକାରୀ ମହିଳାଙ୍କ ଭ୍ୟାନ୍‌ଟି ବ୍ୟାଗ୍‌ରୁ ରିଙ୍ଗ ହେଲା ଫୋନ୍‌। ଏ କଥା ଶୁଣି ସମସ୍ତେ ତାଜୁବ୍‌। ବୁଝିବାକୁ ବାକି ରହିଲାନି ଯେ, ମୋବାଇଲ ଚୋରି ହୋଇନି। ବ୍ୟାଗ୍‌ ଭିତରେ ହିଁ ଅଛି। ହେଲେ ସେତବେଳକୁ ବିଚରା ଭାଇ ଜଣକ ମାଡ଼ ଖାଇ ଦରମରା ହୋଇ ସାରିଥିଲେ। ଆଉ ତାଙ୍କୁ ବାଡେଇଥିବା ଲୋକମାନେ ବି ଧିରେ ଧିରେ ଖସିବାକୁ ଲାଗିଲେ। ଆଉ କିଛି ଲୋକେ ମହିଳା ଜଣଙ୍କ ଆଡକୁ ଆକ୍ଷେପ କରିବା ଆରମ୍ଭ କରୁଥିଲେ।

ଏପରି ସ୍ଥିତିରେ ଦିଦି ଛାନିଆ ହୋଇଗଲେ। ଭୁଲ୍‌ ତ ତାଙ୍କର। ବେକାରଟାରେ ଗୋଟେ ଭଲ ଲୋକ ତାଙ୍କ ପାଇଁ ମାଡ଼ ଖାଇ ଦରମରା ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ଦେଖି ସେ ପେଖନା କାଢିଲେ। ମୁଣ୍ଡ ବୁଲେଇ ହେଉଛି କହି ଲଥ୍‌ କରି ବସିପଡିଲେ ଚ୍ୟାୟାରରେ। ତା ପରେ ସବୁ ଚୁପ୍‌। ବର୍ତ୍ତିଗଲେ ଦିଦି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos