ଆଜି କାର୍ତ୍ତିକ ଶେଷ ସୋମବାର, ରାଜରାଜେଶ୍ୱର ବେଶରେ ବାବା ଧବଳେଶ୍ୱର

ଭୁ(ଓଡ଼ିଶା ରିର୍ପୋର୍ଟର): କାର୍ତ୍ତିକ ମାସର ଶେଷ ସୋମବାର ବା ପଞ୍ଚୁକର ଆଜି ଚତୁର୍ଥ ଦିନ। ଯାହାକୁ ବୈକୁଣ୍ଠ ଚତୁର୍ଦ୍ଦଶୀ ବୋଲି କୁହାଯାଏ। ପଞ୍ଚକର ୪ର୍ଥ ଦିନରେ ବାବା ଧବଳେଶ୍ୱର ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି। ରାତ୍ରରେ ବାବାଙ୍କ ପାଖରେ ଗଜଭୋଗ ଲାଗି ହୋଇଛି। ଏହା ପରେ ଭକ୍ତଙ୍କ ମଧ୍ୟରେ ଗଜଭୋଗ ବଣ୍ଟା ଯାଇଛି।

ଭକ୍ତମାନେ ବାବାଙ୍କର ରାଜରାଜେଶ୍ୱର ବେଶକୁ ଚର୍ମ ଚକ୍ଷୁରେ ନୁହେଁ ବରଂ ଏଲଇଡି ପରଦାରେ ଦର୍ଶନ କରୁଛନ୍ତି। ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା ଜାରି ହୋଇଛି। ଭକ୍ତଙ୍କ ଦର୍ଶନ ଲାଗି ଏଲ୍‌ଇଡି  ବ୍ୟବସ୍ଥା କରାଯାଇଛି।

ସେହିପରି ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହ ଲକ୍ଷ୍ମୀ-ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ବାଙ୍କଚୁଡ଼ା ଓ ତ୍ରିବିକ୍ରମ ବେଶ ବେଳେ ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଲକ୍ଷ୍ମୀନୃସିଂହ ବେଶରେ ମଧ୍ୟ ଲାଗିଥାଏ।

ଜଗନ୍ନାଥ ହାତରେ ଶଙ୍ଖଚକ୍ର, ବଳଭଦ୍ର ହଳମୂଷଳ ଧାରଣ କରି ଏହି ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଛି । ଆଜି କାର୍ତ୍ତିକ ମାସର ଶେଷ ସୋମବାର ହୋଇଥିବାରୁ ଅଧିକ ଭକ୍ତ ଆସିଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।