ପଥର ଚୋରି ଅଭିଯୋଗରେ ଯୁବକଙ୍କୁ ଲୁହା ରଡ୍‌ ଓ ପାଇପରେ ପିଟିଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ପଥର ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଲୁହା ରଡ୍‌ ଓ ପାଇପରେ ପିଟିଲେ ବନ କର୍ମଚାରୀ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅଞ୍ଚଳରେ। ଆହତ ଯୁବକ ଜଣଙ୍କ ହେଲେ ମନୋରଞ୍ଜନ ଦାଶ।  ତାଙ୍କ ହାତ ଓ ପିଠିରେ ଗଭୀର ଆଘାତ ଲାଗିଛି।  ମନୋରଞ୍ଜନ ଚିକିତ୍ସା ପରେ ଘରେ ଥିବା ଜଣାଯାଇଛି।  ତାଙ୍କ ଘର ସିକୋ ଫାଣ୍ଡି ରାଇମୂଳପାଟଣା ଗାଁର ବୋଲି ଜଣାଯାଇଛି। ଗତ ୩୦ତାରିଖ ରାତିରେ ଟାଙ୍ଗୀ ରେଞ୍ଜର ବନ […]

attack

attack

Tapaswini Nayak
  • Published: Tuesday, 01 November 2022
  • Updated: 01 November 2022, 01:12 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ପଥର ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଲୁହା ରଡ୍‌ ଓ ପାଇପରେ ପିଟିଲେ ବନ କର୍ମଚାରୀ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅଞ୍ଚଳରେ। ଆହତ ଯୁବକ ଜଣଙ୍କ ହେଲେ ମନୋରଞ୍ଜନ ଦାଶ।  ତାଙ୍କ ହାତ ଓ ପିଠିରେ ଗଭୀର ଆଘାତ ଲାଗିଛି।  ମନୋରଞ୍ଜନ ଚିକିତ୍ସା ପରେ ଘରେ ଥିବା ଜଣାଯାଇଛି।  ତାଙ୍କ ଘର ସିକୋ ଫାଣ୍ଡି ରାଇମୂଳପାଟଣା ଗାଁର ବୋଲି ଜଣାଯାଇଛି।

ଗତ ୩୦ତାରିଖ ରାତିରେ ଟାଙ୍ଗୀ ରେଞ୍ଜର ବନ କର୍ମଚାରୀମାନେ ଚୋରା ପଥର ଖଣି ଉପରେ ଚଢ଼ାଉ କରିଥିଲେ। ହେଲେ ସେଠାରେ କାହାକୁ ପାଇନଥିଲେ। ସେହି ସମୟରେ ମନୋରଞ୍ଜନ ଶୌଚ କରି ଘରକୁ ଫେରୁଥିଲା ବେଳେ ବନ କର୍ମଚାରୀ ପଥର ଚୋରି ଅଭିଯୋଗରେ ତାଙ୍କୁ ଟାଙ୍ଗୀ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ସେଠାରେ ତାଙ୍କ ଲୁହା ରଡ୍ ଓ  ପାଇପରେ ମାଡ଼ ମାରିଥିଲେ। ପରେ ମନୋରଞ୍ଜନଙ୍କୁ ଛାଡ଼ି ଦେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ମନୋରଞ୍ଜନଙ୍କୁ  ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାପରେ ସେ ଘରେ ଅଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos