ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା(ପ୍ରଭାତ ପରିଡ଼ା): ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ଥାନା ଭାଟେଣି ଗାଁର ଶ୍ୟାମପଦ ମାଇତିଙ୍କ ପୁଅ ଶ୍ରୀବିନ୍ଦୁ ମାଇତି।

ଶ୍ରୀବିନ୍ଦୁ ଦୁବାଇରେ ଦୁଇ ବର୍ଷ ଧରି କାମ କରି ଆସୁଥିଲେ। ସେ ଘରକୁ କିଛି ଦିନ ତଳେ ଆସିଥିଲେ। ଗତ ୧୦ ଦିନ ହେବ ପୁଣି ଥରେ ଦୁବାଇ ଯାଇଥିଲେ। ହେଲେ  ତାଙ୍କର ମୃତ୍ୟୁ ହୋଇଥିବା ଖବର ଘରକୁ ଆସିଥିଲା। ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିବା ଖବର ମିଳିଥିଲା। ଶ୍ରୀବିନ୍ଦୁଙ୍କ ମୃତ୍ୟୁ କାରଣ ଜଣା ପଡ଼ିନାହିଁ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।