ମାଛ ଧରିବାକୁ ବସାଇଥିଲେ ବିଦ୍ୟୁତ୍ ଫାସ, ନିଜେ ପଡ଼ିଗଲେ ଯୁବକ

ଉଦଳା(ମାନସ ପାଣି): ମାଛ ଧରିବା ପାଇଁ ବିଛାଇଥିଲେ ବିଦ୍ୟୁତ ତାର ଫାସ। ହେଲେ ସେହି ବିଦ୍ୟୁତ ଫାସରେ ପଡ଼ି ଚାଲିଗଲା ଯୁବକଙ୍କ ପ୍ରାଣ। ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁନ୍ଦୁରସାହି ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ଏହି ଗ୍ରାମର ସନ୍ତୋଷ କୁମାର ଦତ୍ତ। ସୂଚନା ମୁତାବକ, ସନ୍ତୋଷ ଅନ୍ୟ ଗ୍ରାମବାସୀଙ୍କ ସହିତ ମିଶି କେନାଲରେ ମାଛ ଧରିବା ନିମନ୍ତେ ବିଦ୍ୟୁତ ତାର ଫାସ ପକାଇଥିଲେ। ବିଦ୍ୟତ୍ ଚାର୍ଜ ମଧ୍ୟ ହୋଇଥିଲା। ବିଦ୍ୟୁତ ଆଘାତ […]

fishing

  • Published: Saturday, 22 October 2022
  • , Updated: 22 October 2022, 04:00 PM IST

ଉଦଳା(ମାନସ ପାଣି): ମାଛ ଧରିବା ପାଇଁ ବିଛାଇଥିଲେ ବିଦ୍ୟୁତ ତାର ଫାସ। ହେଲେ ସେହି ବିଦ୍ୟୁତ ଫାସରେ ପଡ଼ି ଚାଲିଗଲା ଯୁବକଙ୍କ ପ୍ରାଣ। ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁନ୍ଦୁରସାହି ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ଏହି ଗ୍ରାମର ସନ୍ତୋଷ କୁମାର ଦତ୍ତ।

ସୂଚନା ମୁତାବକ, ସନ୍ତୋଷ ଅନ୍ୟ ଗ୍ରାମବାସୀଙ୍କ ସହିତ ମିଶି କେନାଲରେ ମାଛ ଧରିବା ନିମନ୍ତେ ବିଦ୍ୟୁତ ତାର ଫାସ ପକାଇଥିଲେ। ବିଦ୍ୟତ୍ ଚାର୍ଜ ମଧ୍ୟ ହୋଇଥିଲା। ବିଦ୍ୟୁତ ଆଘାତ ପାଇ ମାଛ ପାଣିରୁ ବାହାରକୁ ଚାଲି ଆସିବେ ଏବଂ ସମସ୍ତେ ମାଛ ଧରି ନେବେ ବୋଲି ଜଗି ରହିଥିଲେ। ହେଲେ ହଠାତ୍ କୂଳରେ ଠିଆ ହୋଇଥିବା ସନ୍ତୋଷ କୌଣସି କାରଣରୁ ଭାରସାମ୍ୟ ହରାଇ ବିଦ୍ୟୁତ ଚାର୍ଜ ଥିବା ସେହି କେନାଲରେ ପଡି ଯାଇଥିଲେ।

ବିଦ୍ୟୁତ୍ ଆଘାତରେ ସେ କେନାଲ ଭିତରେ ଛଟପଟ ହୋଇଥିଲେ। ତୁରନ୍ତ ଅନ୍ୟମାନେ ବିଦ୍ୟୁତ୍ ସଂଯୋଗ କାଟିବା ସହ ତାଙ୍କୁ ପାଣିରୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ତେବେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବାରୁ ଗ୍ରାମବାସୀମାନେ ବିଳମ୍ବ ନ କରି ଉଦଳା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଖବର ପାଇ କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଭଳି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଗ୍ରାମରେ ଶୋକରଛାୟା ଖେଳି ଯାଇଛି।

Related story