୮ ଦିନ ଧରି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ, କ୍ଷୁଧା ମେଣ୍ଟିବା ପରେ ମାଡ଼ମାରି ଛାଡ଼ିଦେଲେ

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ୮ ଦିନ ଧରି କଠୋରୀରେ ହାତଗୋଡ଼ ବାନ୍ଧି ଭିନ୍ନକ୍ଷମ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କଲେ। କ୍ଷୁଧା ମେଣ୍ଟିବା ପରେ ‍ବାଡ଼ିଆପିଟା କରି ଛାଡ଼ି ଦେଲେ। ଏପରି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ। ପୁଲିସ ନାବାଳିକାଙ୍କ ବୟାନ ରେକର୍ଡ କରି ଘଟଣାର ତଦନ୍ତ କରୁଛି। ଏବେ ସୁଦ୍ଧା ପୁଲିସ ଅଭିଯୁକ୍ତକୁ ଗିରଫ କରି ନାହିଁ। ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢ଼ୁଛନ୍ତି।

ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ନାବାଳିକା ଜଣଙ୍କ ବିଦ୍ୟାଳୟକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ତାଙ୍କୁ କିଛି ଯୁବକ ବାଇକ୍‌ରେ ଜୋର ଜବରଦସ୍ତ ରାସ୍ତାରୁ ଉଠାଇ ନେଇଥିଲେ। ସେମାନେ ନାବାଳିକାଙ୍କୁ ଶିମିଳିପାଳ ରାସ୍ତାର ଥିବା ଘୋଡ଼ାଘାଗରୀ ଅଞ୍ଚଳରେ ଥିବା ପରିତ୍ୟକ୍ତ ଘରେ ହାତଗୋଡ଼ ବାନ୍ଧି ରଖିଥିଲେ। ପରେ ତିନି ଜଣ ଯୁବକ ତାଙ୍କୁ ୮ ଦିନ ଧରି ଗଣ ଦୁଷ୍କର୍ମ କରିଥିଲେ। କ୍ଷୁଧା ମେଣ୍ଟିବା ପରେ ମାଡ଼ ମାରି ତାଙ୍କୁ ବାହାରେ ଫୋପାଡ଼ି ଦେଇଥିଲେ।

ଅନ୍ୟପକ୍ଷରେ ସ୍କୁଲରୁ ଝିଅ ଘରୁ ନ ଫେରିବାରୁ ପରିବାର ଲୋକେ ସାଙ୍ଗ ସାଥୀ ଓ ସମସ୍ତ ସମ୍ପର୍କୀୟଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ। ନ ପାଇବାରୁ ଗତ ୩ ତାରିଖରେ ଯଶୀପୁର ଥାନାରେ ଝିଅର ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ। ପୁଲିସ ନାବାଳିକାଙ୍କୁ ୬ ତାରିଖରେ ଉଦ୍ଧାର କରିଥିଲା। ସୂଚନାଯୋଗ୍ୟ, ନାବାଳିକାଙ୍କ ଘରୁ ସ୍କୁଲ ପ୍ରାୟ ଦେଢ଼ କିଲୋମିଟର ବାଟ ହୋଇଥିବାରୁ ସବୁବେଳେ ସେ ଚାଲି ଚାଲି ସ୍କୁଲ ଯାଇଥାନ୍ତି। ନାବାଳିକାଙ୍କ ବାପା କହିଛନ୍ତି, ଦୋଷୀମାନଙ୍କୁ ଫାଶୀ ଦିଆଯାଉ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।