ଜେଲ୍‌ରେ ଥାଇ ବି ଅଭିଯୁକ୍ତ କରୁଛି ଚୋରି !

ଉଦଳା(ମାନସ ପାଣି): ଜେଲ୍‌ ଭିତରେ ଥାଇ ବି ଅଭିଯୁକ୍ତ କରିପାରୁଛି ଚୋରି। କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ପୁଲିସ୍‌ ତାର କାଗଜପତ୍ରରେ ଏହା ଦର୍ଶାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ଏହା କିପରି ସମ୍ଭବ ହେଲା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି। ପୁଲିସ୍ କିପରି ଚତୁରତାର ସହ ଜେଲ୍‌ରେ ଥିବା ଅଭିଯୁକ୍ତଙ୍କୁ ଅନ୍ୟ ମାମଲାରେ ଛନ୍ଦି ଦେଉଛି, ସେନେଇ ଚର୍ଚ୍ଚା ହେଉଛି। ପୂରା […]

udala,,

udala,,

Tapaswini Nayak
  • Published: Wednesday, 13 November 2019
  • Updated: 13 November 2019, 02:28 PM IST

Sports

Latest News

ଉଦଳା(ମାନସ ପାଣି): ଜେଲ୍‌ ଭିତରେ ଥାଇ ବି ଅଭିଯୁକ୍ତ କରିପାରୁଛି ଚୋରି। କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ପୁଲିସ୍‌ ତାର କାଗଜପତ୍ରରେ ଏହା ଦର୍ଶାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ଏହା କିପରି ସମ୍ଭବ ହେଲା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି। ପୁଲିସ୍ କିପରି ଚତୁରତାର ସହ ଜେଲ୍‌ରେ ଥିବା ଅଭିଯୁକ୍ତଙ୍କୁ ଅନ୍ୟ ମାମଲାରେ ଛନ୍ଦି ଦେଉଛି, ସେନେଇ ଚର୍ଚ୍ଚା ହେଉଛି।

ପୂରା ଘଟଣାଟି ହେଲା ଏହିପରି। ଉଦଳା ଥାନା ନୂଆସାହି ଗାଁର ରମାକାନ୍ତ ନାୟକଙ୍କୁ ଏକ ମାମଲାରେ ଗତ ୨୦୧୮ ନଭେମ୍ବର ୮ ତାରିଖରେ ପୁଲିସ୍‌ ଗିରଫ କରି ଉଦଳା ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତ ରମାକାନ୍ତର ଜାମିନ ନାମଞ୍ଜୁର ହେବାରୁ ତାକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦିଆଯାଇଥିଲା। ପୁଣି ୨୨ ତାରିଖରେ ରମାକାନ୍ତର ବେଲ୍ ନାମଞ୍ଜୁର ହେବାରୁ ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଥିଲା। ଶେଷରେ ନଭେମ୍ବର ୨୯ ତାରିଖରେ ୨୦ ହଜାର ଟଙ୍କା ବେଲ ବଣ୍ଡରେ ସେ ବେଲ୍ ପାଇଥିଲେ।

ହେଲେ ସେ ଜେଲ୍‌ରେ ଥିବା ସମୟରେ ଅର୍ଥାତ ୨୦୧୮ ନଭେମ୍ବର ୧୧ତାରିଖ ବିଳମ୍ବିତ ରାତିର ଉଦଳା ଥାନା ଭୀମତାଳି ଛକ ନିକଟରେ ଥିବା ସାଇ ମନ୍ଦିରରୁ ଚୋରି ହୋଇଥିଲା। ମନ୍ଦିରରୁ ଚୋରି ନେଇ ତା’ ପରଦିନ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍‌ କେସ ନଂ - ୧୬୫/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଇ ମନ୍ଦିରରୁ ଚୋରି ଘଟଣାରେ ରମାକାନ୍ତଙ୍କ ସହ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଚଳିତବର୍ଷ ଫେବୃୟାରୀ ୨୪ ତାରିଖରେ ଗିରଫ କରି କୋର୍ଟଚାଲାଣ କରିଥିଲା।  ରମାକାନ୍ତ ଜେଲ୍‌ରେ ଥିବା ବେଳେ କିପରି ବାହାରକୁ ଆସି ଚୋରି କଲା ସାଧାରଣରେ ଚର୍ଚ୍ଚା ହେଉଛି।

ଏନେଇ ଉଦଳା ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ନଦେଇ ରାଗି ଯାଇଥିଲେ। ଏପଟେ ଏସ୍‌ପିଙ୍କୁ ଫୋନ ଯୋଗେ ପଚାରିବାରୁ, ଏନେଇ ତଦନ୍ତ ଚାଲିଥିବା ସେ ସୂଚନା ଦେଇଛନ୍ତି।

ରମାକାନ୍ତ ନାୟକ କହିଛନ୍ତି,“ ମୁଁ ଜେଲ୍‌ରେ ଥିବା ବେଳେ ସାଇ ମନ୍ଦିରରେ ଚୋରି ହୋଇଥିଲା। ପୁଲିସ୍ ମୋତେ ଅଭିଯୁକ୍ତ ସାବ୍ୟସ୍ତ କରି କୋର୍ଟଚାଲାଣ କରିଥିଲା। ମୁଁ ଜେଲ୍‌ରେ ଥିବା ବେଳେ ସାଇ ମନ୍ଦିରରେ କିପରି ଚୋରି କଲି ମୋତେ କୁହାଯାଉ। ମୋତେ ନ୍ୟାୟ ମିଳୁ।”

ସମାଜସେବୀ ରଜନୀ ଦାସ କହିଛନ୍ତି, “ଜେଲ୍‌ରେ ଥିବାବେଳେ ରମାକାନ୍ତ କିପରି ଚୋରି କଲା। ପୁଲିସ୍‌ ନିଜର ଅପରାଗତା ଲୁଚାଇବା ପାଇଁ କେସ୍‌ଗୁଡ଼ିକ ଅନ୍ୟ ଉପରେ ଲଦି ଦେଉଛି । ଏହି ଘଟଣାର ତଦନ୍ତ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos