ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): କାରାଖାନାରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା ଗରମ ଲୁହା ଖଣ୍ଡ। ଏଥିରେ ଶ୍ରମିକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଝାରସୁଗୁଡା ହିର୍ମା ଠାରେ ଥିବା SMC ସ୍ପଞ୍ଜ ଆଇରନ କାରଖାନାରେ। ଆହତ ଶ୍ରମିକ ଜଣଙ୍କ ହେଲେ ମହାବୀର ମାଝି। ତାଙ୍କ ଘର ସମ୍ବଲପୁର ଜିଲ୍ଲା ଯୁଯୁମରା ଅଞ୍ଚଳରେ ବୋଲି ଜଣାଯାଇଛି।
ଗତକାଲି ରାତିରେ ମହାବୀର କାରାଖାନାରେ କାମ କରୁଥିଲେ। ଏହି ସମୟରେ ତାଙ୍କ ଉପରେ ଗରମ ଲୁହା ଖଣ୍ଡ ଖସି ପଡ଼ିଥିଲା। ମହାବୀରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାର ତାଙ୍କୁ ବୁଲା ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି। ମହାବୀରଙ୍କ ଉପରେ ଲୁହା ଖଣ୍ଡ ଖସିବା ପରେ କାରାଖାନାରରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।