ହଏରେ ବାବୁ ପୁଞ୍ଜି କାଏଁ ଲାଭ୍‌ଟା ପାଏଲୁ ସତେ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗିରଫ ହେବା ପରେ ଏବେ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ପୁଞ୍ଜିଲାଲ ହେଉଛନ୍ତି ଏ ଘଟଣାର ମାଷ୍ଟରମାଇଣ୍ଡ। ଏଯାବତ୍ ଯାହା ଜଣାପଡ଼ିଛି ସେ ଏକା ଏକା ଏ କାଣ୍ଡ ଭିଆଇଛନ୍ତି। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଭଳି ବଲାଙ୍ଗିର ଜିଲ୍ଲାର ପ୍ରାୟ ପ୍ରତ୍ୟେକ ସ୍ଥାନରେ- ଦୋକାନବଜାର ଠାରୁ ଆରମ୍ଭ କରି ଅଫିସ୍‌ରେ ତାଙ୍କ ବିଷୟରେ ଚର୍ଚ୍ଚା ଚାଲିଛି। କିଏ କେତେ କଥା କହୁଛି ତାଙ୍କ […]

punjilalaMeher

punjilalaMeher

Rakesh Mallick
  • Published: Sunday, 29 April 2018
  • Updated: 29 April 2018, 11:03 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗିରଫ ହେବା ପରେ ଏବେ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ପୁଞ୍ଜିଲାଲ ହେଉଛନ୍ତି ଏ ଘଟଣାର ମାଷ୍ଟରମାଇଣ୍ଡ। ଏଯାବତ୍ ଯାହା ଜଣାପଡ଼ିଛି ସେ ଏକା ଏକା ଏ କାଣ୍ଡ ଭିଆଇଛନ୍ତି। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଭଳି ବଲାଙ୍ଗିର ଜିଲ୍ଲାର ପ୍ରାୟ ପ୍ରତ୍ୟେକ ସ୍ଥାନରେ- ଦୋକାନବଜାର ଠାରୁ ଆରମ୍ଭ କରି ଅଫିସ୍‌ରେ ତାଙ୍କ ବିଷୟରେ ଚର୍ଚ୍ଚା ଚାଲିଛି। କିଏ କେତେ କଥା କହୁଛି ତାଙ୍କ ବିଷୟରେ। ସୋସିଆଲ୍ ମିଡିଆରେ ବି ତାଙ୍କ ସଂପର୍କରେ ଭିନ୍ନ ଭିନ୍ନ କଥା ଲେଖାଯାଉଥିବା ଦେଖିବାକୁ ମିଳିଛି। ଏବେ ସୋସିଆଲ୍ ମିଡିଆରେ ପୁଞ୍ଜିଲାଲଙ୍କ ସଂପର୍କରେ ଏକ କବିତା ଦେଖିବାକୁ ମିଳୁଛି। ଏ କବିତାଟିକୁ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା। ତାଙ୍କ ଘର ପାଟଣାଗଡ଼ ନିକଟ ବାଲିପଟା ଗାଁରେ।  ଆପଣ ବି ସେଇ କବିତାଟିକୁ ଏଠାରେ ପଢ଼ିପାରିବେ।

ହଏରେ ବାବୁ ପୁଞ୍ଜି

ବମ୍‌ଟେ ଦେଲୁ ଖଞ୍ଜି

କାଏଁ ଲାଭ ପାଏଲୁ

ଇହାଦେ ଜହଲେ ହେବୁ ଗେଞ୍ଜି।

ପଢ଼ଉ ଥିଲୁ ଇଗ୍ରାଂଜି

ଇହାଦେ ମୁଡ୍ ଦଉଛୁ ଗାଜି

ଘରର୍ ଲୋକ୍‌ର ଇଜ୍ଜତ ବିକି

ଜହଲେ ଖଉଥା ଭୁଜି।

ଜେଲ ଭିତରେ ବମ୍ ବନାବୁ

କଏଦୀ ମାନକୁ ପାଠ୍ ପଢ଼ାବୁ

ଠୁକୁ ଥିବୁ ଇଗ୍ରାଂଜି

କଏଦୀ ବଲ୍‌ବେ

ବାଃବାଃ ମେହେର ପୁଞ୍ଜି।

ମାଁର ରାଗେ ପୁଅକେ ଦେଲୁ ମାରି

କନିଁଆ ଟୁକେଲ ନୁ ଛଡ଼େଇ ନେଲୁ ସିନ୍ଦୁର ଚୁରି

ତ ତେ ନି ସହେଗା ସିରୀ

ଜମ୍ ରଜା ଭି ଟାକି ଛେ ତତେ

ତତ୍ ଲା ତେଲେ ଦେବା ଭାଜି।

ହଏରେ ବାବୁ ପୁଞ୍ଜି

କାଏଁ ଲାଭ୍‌ଟା ପାଏଲୁ ସତେ

ବମ୍‌ଟେ ଦେଲୁ ଜେ ଖଞ୍ଜି।

[caption id="attachment_231633" align="aligncenter" width="720"]Priyabrata Panda(Tuku) କବିତାର ଲେଖକ[/caption]

ସୂଚନାଯୋଗ୍ୟ, ଏହି ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଏକ ଓଡ଼ିଆ ଫିଲ୍ମ ମଧ୍ୟ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନାଁ ରଖାଯାଇଛି ‘ବୁଲେଟ୍ ରାଜା’। ଏହାକୁ ନିର୍ମାଣ କରିବେ ଶ୍ରୀଧର ମାର୍ଥା। ଏଥିରେ ପୁଞ୍ଜିଲାଲ ମେହେର ଭୂମିକାରେ ଅଭିନୟ କରିବେ ହର ରଥ। ଅଭିନେତା ମନୋଜ ମିଶ୍ର ଏଥିରେ କ୍ରାଇମବ୍ରାଞ୍ଚ ଅଫିସ୍‌ର ଭୂମିକାରେ ଅଭିନୟ କରିବେ।

ଆହୁରି ପଢ଼ନ୍ତୁ: ପାର୍ସଲ ବୋମା ଘଟଣା ଉପରେ ନିର୍ମାଣ ହେବ ଫିଲ୍ମ: ନାଁ ‘ବୁଲେଟ୍ ରାଜା’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos