ଇଞ୍ଜିନିୟରିଂ ଛାତ୍ରୀଙ୍କୁ ମଧ୍ୟପ୍ରଦେଶରେ ବିକି ଦେଲେ

ସୋନପୁର(ଓଡ଼ିଶା ରିପୋର୍ଟର): ଯୁବତି ଜଣକ ଇଂଜିନିୟରିଂ ପାଠ ପଢିଥିଲେ। ଭଲ ଚାକିରି କରି ପରିବାର ଚଳାଇବାର ସ୍ୱପ୍ନ ବି ଦେଖିଥିଲେ। ହେଲେ ଚାକିରି ଖୋଜିବାକୁ ବାହାର ରାଜ୍ୟକୁ ଯାଇ ଅଜଣାତରେ ବିକ୍ରି ହୋଇଗଲେ। ଚାକିରି ଖୋଜିବାରେ ସହାୟତା କରିବ ବୋଲି ଭରସା ଦେଇଥିବା ଜଣେ ପୁରୁଷ ବନ୍ଧୁ ବିଶ୍ୱାସ ଘାତକତା କରିଦେଲା। ୩ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବାହାର ରାଜ୍ୟରେ ବିକ୍ରି କରି ପଳାଇ ଆସିଥିଲା। ତେବେ କୌଶଳ କ୍ରମେ ପୀଡ଼ିତା ସେଠାରୁ ଖସି ଆସି ପୁଲିସରେ […]

pidita

pidita

Niranjan Mishra
  • Published: Wednesday, 07 September 2022
  • Updated: 07 September 2022, 06:14 PM IST

Sports

Latest News

ସୋନପୁର(ଓଡ଼ିଶା ରିପୋର୍ଟର): ଯୁବତି ଜଣକ ଇଂଜିନିୟରିଂ ପାଠ ପଢିଥିଲେ। ଭଲ ଚାକିରି କରି ପରିବାର ଚଳାଇବାର ସ୍ୱପ୍ନ ବି ଦେଖିଥିଲେ। ହେଲେ ଚାକିରି ଖୋଜିବାକୁ ବାହାର ରାଜ୍ୟକୁ ଯାଇ ଅଜଣାତରେ ବିକ୍ରି ହୋଇଗଲେ। ଚାକିରି ଖୋଜିବାରେ ସହାୟତା କରିବ ବୋଲି ଭରସା ଦେଇଥିବା ଜଣେ ପୁରୁଷ ବନ୍ଧୁ ବିଶ୍ୱାସ ଘାତକତା କରିଦେଲା। ୩ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବାହାର ରାଜ୍ୟରେ ବିକ୍ରି କରି ପଳାଇ ଆସିଥିଲା। ତେବେ କୌଶଳ କ୍ରମେ ପୀଡ଼ିତା ସେଠାରୁ ଖସି ଆସି ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଂଚଳରେ ଏଭଳି ଏକ ଘଟଣା ନଜରକୁ ଆସିଛି।

ପୀଡ଼ିତା ଜଣକ କହିଛନ୍ତି, ସୋନପୁରରେ ଡିପ୍ଲୋମା କରିବା ପରେ ଚାକିରି ଅନ୍ୱେଷଣରେ ସେ ଝାରସୁଗୁଡାକୁ ଗତ ମେ ମାସ ୪ ତାରିଖରେ ଯାଇଥିଲେ। ସେଠାରେ ମନମୁଣ୍ଡା ଥାନା ଖଲିଆପାଲି ଗାଁର ଗଣେଷ କୁମ୍ଭାରଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେ ଚାକିରି ଖୋଜିବାରେ ସହାୟତା କରିବ ବୋଲି ଭରସା ଦେଇଥିଲା। ପୁର୍ବରୁ ସେ ଗଣେଷଙ୍କୁ ଚିହ୍ନିଥିଲେ। ଗଣେଷ ତାଙ୍କୁ ଜଣେ ସଂପର୍କୀୟଙ୍କ ଘରକୁ ବୁଲି ଯିବାକୁ ଡାକିଥିଲେ। ତେଣୁ ସେ ଯାଇଥିଲେ। ସେଠାରେ ଗୋଟିଏ ଦିନ ରହିବା ପରେ ଗଣେଷ ଚତୁରତାର ସହ ତାଙ୍କୁ ମଧ୍ୟପ୍ରଦେଶର ଗୁନା ସହରକୁ ନେଇଯାଇଥିଲେ। ସେଠାରେ ଯସବନ୍ତ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ତାଙ୍କୁ ନେଇଯାଇଥିଲେ ଗଣେଷ। ତାଙ୍କ ଅଜାଣତରେ ୩ ଲକ୍ଷ ଟଙ୍କା ଯଶୋବନ୍ତଙ୍କ ଠାରୁ ନେଇ ଗଣେଷ ଉଭାନ ହୋଇଯାଇଥିଲେ।

ସେଠାରେ ଯଶବନ୍ତଙ୍କ ଭାଇ ଆକାଶ ତାଙ୍କୁ ବାହା ହେବାକୁ ବାଧ୍ୟ କରିଥିଲା। ଏଥିରେ ସେ ଅରାଜି ହେବାରୁ ଶାରୀରିକ, ମାନସିକ ନିର୍ଯାତନା ସହ ହତ୍ୟା ଧମକ ଦେଇଥିଲେ। ଏଥିସହ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲେ। କୌଶଳ କ୍ରମେ ସେଠାରୁ ସେ ଖସି ଆସିଛନ୍ତି। ହେଲେ ଦୁର୍ବୃତ୍ତ ଗଣେଷ ତାଙ୍କର ସମସ୍ତ ସାର୍ଟିଫିକେଟ ନେଇଯାଇଛି। ଏଭଳି ଅନେକ ଝିଅଙ୍କୁ ଗଣେଷ ବିକି ଥିବା ଜାଣିବାକୁ ପାଇଛନ୍ତି। ତେଣୁ ସେ ନ୍ୟାୟ ପାଇଁ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କୁ ସାର୍ଟିଫିକେଟ ସହ ଏଭଳି କାଣ୍ଡ ଭିଆଇଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଗୁହାରୀ କରିଛନ୍ତି।

ଏନେଇ ପୁଲିସ ଅଭିଯୁକ୍ତ ଗଣେଷକୁ ଗିରଫ କରିଛି। ତାଙ୍କୁ ଆଜି କୋର୍ଟ ଚାଲାଣ କରବି ବୋଲି ସୂଚନା ମିଳିଛି। ତେବେ ଏନେଇ ପୁଲିସ କିମ୍ବା ଅଭିଯୁକ୍ତ ଗଣେଷର ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story