ସ୍କୁଲ ଯାଉଥିଲେ ନବମ ଶ୍ରେଣୀ ଛାତ୍ରୀ, ଚାପିଦେଲା ଟ୍ରକ୍‌

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସ୍କୁଲ ଯାଉଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଏହି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବିର୍ସା ମୁଣ୍ଡା ଛକ ନିକଟରେ। ମୃତ ଛାତ୍ରୀ ଜଣଙ୍କ ହେଲେ ପ୍ରଜ୍ଞା ପାରମିତା ପାଣିଗ୍ରାହୀ। ତାଙ୍କ ଘର ଭାଲୁପାଲିରେ ବୋଲି ଜଣାଯାଇଛି। ପ୍ରଜ୍ଞା ବୁଢ଼ାରଜା ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ପ୍ରଜ୍ଞା ସାଇକେଲରେ ସ୍କୁଲ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ […]

Dead Girl

Dead Girl

Tapaswini Nayak
  • Published: Wednesday, 09 November 2022
  • Updated: 09 November 2022, 02:21 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସ୍କୁଲ ଯାଉଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଏହି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବିର୍ସା ମୁଣ୍ଡା ଛକ ନିକଟରେ।

ମୃତ ଛାତ୍ରୀ ଜଣଙ୍କ ହେଲେ ପ୍ରଜ୍ଞା ପାରମିତା ପାଣିଗ୍ରାହୀ। ତାଙ୍କ ଘର ଭାଲୁପାଲିରେ ବୋଲି ଜଣାଯାଇଛି। ପ୍ରଜ୍ଞା ବୁଢ଼ାରଜା ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ପ୍ରଜ୍ଞା ସାଇକେଲରେ ସ୍କୁଲ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଛାତ୍ରୀ ଜଣଙ୍କ ତଳେ ପଡ଼ିଯାଇଥିଲେ। ତା’ ପରେ ଟ୍ରକ୍‌ଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ପ୍ରଜ୍ଞାଙ୍କର ମୃତ୍ୟୁ ଘଟିଥିଲା। ପ୍ରଜ୍ଞାଙ୍କ ମୃତଦେହ ନିକଟରେ ତାଙ୍କ ସାଇକେଲ ପଡ଼ିଥିଲା।

ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକାଇ ଡ୍ରାଇଭରକୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ ବୁଢ଼ାରାଜା ସ୍କୁଲରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos