ପିଶାଚୀ ମାଆ: ଜନ୍ମ ଦେବା ପରେ ପୁଅକୁ ଗୋବର ଗଦାରେ ପୋତି ଦେଲା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଢିପସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାଆ ତାର ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଗୋବର ଗଦାରେ ପୋତି ଦେଇଥିଲା। ପୋଲିସ ପିଲାଟିର ମୃତଦେହକୁ ଉଦ୍ଧାର କରିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ଗତ ବୁଧବାର ରାତିରେ ମାସୁରୀ ସିଂ ନିଜ ବାପଘରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ସେ ତାକୁ ଗୋବର ଗଦାରେ […]

mother copy

mother copy

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 10:54 AM IST

Sports

Latest News

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଢିପସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାଆ ତାର ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଗୋବର ଗଦାରେ ପୋତି ଦେଇଥିଲା। ପୋଲିସ ପିଲାଟିର ମୃତଦେହକୁ ଉଦ୍ଧାର କରିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଗତ ବୁଧବାର ରାତିରେ ମାସୁରୀ ସିଂ ନିଜ ବାପଘରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହାପରେ ସେ ତାକୁ ଗୋବର ଗଦାରେ ପୋତି ଦେଇଥିଲେ। ମାସୁରୀଙ୍କ ସ୍ୱାମୀ ହିନ୍ଦୁ ସିଂ କେରଳରେ କାମ କରନ୍ତି। ସେ ଗୁରୁବାର ଦିନ  ନିଜ ଘର କେଶପଡ଼ା ଆସିଥିଲେ। ସେ ସ୍ତ୍ରୀକୁ ନେବା ପାଇଁ ଶ୍ୱଶୂର ଘରକୁ ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କଠାରୁ  ଏହି ଘଟଣା  ସମ୍ପର୍କରେ ଜାଣିବାକୁ ପାଇଥିଲେ।

ମହିଳାଙ୍କ ସ୍ୱାମୀ ହିନ୍ଦୁ ସିଂ କହିଛନ୍ତି,“ କେରଳରୁ ଆସିଲା ପରେ ସ୍ତ୍ରୀକୁ ଆଣିବା ପାଇଁ ତାଙ୍କ ବାପ ଘରକୁ ଯାଇଥିଲି। ହେଲେ ତାଙ୍କ ଗାଁ ଲୋକ ମୋତେ କହିଥିଲେ ଯେ ତମ ସ୍ତ୍ରୀ ଗର୍ଭବତୀ ଥିଲା, ସେ ଛୁଆଟିକୁ ମାରି ଦେଇଛି। ଏହାପରେ ଛୁଆଟିକୁ ଖୋଜାଖୋଜି କରିଥିଲୁ। ପରେ ଗୋବର ଗଦାରୁ ଛୁଆକୁ ପାଇଥିଲୁ।”

ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଗତକାଲି ଗୋବର ଗଦାରୁ ଛୁଆଟିକୁ ଉଦ୍ଧାର କରିଛି। ପୋଲିସ ଘଟଣାର ତଦନ୍ତ କରୁଛି।

ସଫେଇ ଶୁଣିଲେ ତାଟକା ହୋଇଯିବେ

ମାସୁରୀ ସିଂ କହିଛନ୍ତି,“ ଗତ ବୁଧବାର ଭୋର ୪ଟାରେ ମୁଁ ଶୌଚ ଯାଇଥିଲି। ସେହି ସମୟରେ ଛୁଆ ଜନ୍ମ ହୋଇଥିଲା। ଏହାପରେ ଛୁଆଟିକୁ ଘରକୁ କେମିତି ନେବି ଚିନ୍ତା କରି ଗୋବର ଗଦାରେ ପୋତି ଦେଇଥିଲି। ଏହାପରେ ଘରକୁ ଯାଇ ଶୋଇପଡ଼ିଲି। ଭୟରେ କାହାକୁ ଏ ସମ୍ପର୍କରେ ଜଣାଇନଥିଲି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos