ଦିଅରର ମୃତଦେହ ଉଦ୍ଧାର, ଭାଉଜ ଅଟକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ ଗାଁର ଜଣେ ବ୍ୟକ୍ତିଙ୍କ ମୃତଦେହ ଘରୁ ଉଦ୍ଧାର କରାଯାଇଛି।  ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ ନାୟକ। ପୁଲିସ ପ୍ରଦୀପଙ୍କ ଭାଉଜଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପ୍ରଦୀପଙ୍କ ସ୍ତ୍ରୀ ଓ ଭାଇଙ୍କର ଦୀର୍ଘଦିନ ହେଲା ମୃତ୍ୟୁ ଘଟିଛି। ଉଭୟଙ୍କର ମୃତ୍ୟୁ ପରେ ଦିଅର ଭାଉଜ ଏକାଠି ଗୋଟେ ଘରେ ରହୁଥିଲେ। ଆଜି ସକାଳେ ପ୍ରଦୀପଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରଦୀପଙ୍କ ଆଖି ଓ ନାକରୁ ରକ୍ତ ବାହାରୁଥିବା ବେଳେ ପାଟିରୁ ଫେଣ ବାହାରୁଥିଲା। ପ୍ରଦୀପଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ ପ୍ରଦୀପଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ପ୍ରଦୀପଙ୍କର ୯ବର୍ଷର ପୁଅଟିଏ ରହିଛି।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।