କୋଟିଆରେ ଖୋଲିବ ଆଦର୍ଶ ବିଦ୍ୟାଳୟ, ଆନ୍ଧ୍ର ମୁହାଁ ଛାତ୍ରଛାତ୍ରୀ ପଢ଼ିବେ ପାଠ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଯେତେ ଯାହା କଲେ ବି କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର। ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ ବି କାଟୁ କରୁନି। କେତେବେଳେ ଆନ୍ଧ୍ର ଅଧିକାରୀ ଆସି କୋଟିଆରେ ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ କରୁଛନ୍ତି ତ ଆଉ କେତେବେଳେ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି ତ ଆଉ କେତେବେଳେ ଅସ୍ଥାୟୀ ସ୍କୁଲ କରି ପିଲାମାନଙ୍କୁ ପାଠ ପଢ଼ାଉଛି। ଯାହାକି ଓଡ଼ିଶା ସରକାରର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। […]

school

school

Tapaswini Nayak
  • Published: Tuesday, 14 December 2021
  • Updated: 14 December 2021, 10:58 AM IST

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଯେତେ ଯାହା କଲେ ବି କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର। ଓଡ଼ିଶା ପ୍ରଶାସନର କଡ଼ା ପଦକ୍ଷେପ ବି କାଟୁ କରୁନି। କେତେବେଳେ ଆନ୍ଧ୍ର ଅଧିକାରୀ ଆସି କୋଟିଆରେ ବୃକ୍ଷରୋପଣ ପାଇଁ ମାଗଣା ଚାରା ବଣ୍ଟନ କରୁଛନ୍ତି ତ ଆଉ କେତେବେଳେ ଗାଁକୁ ଗାଁ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରୁଛନ୍ତି ତ ଆଉ କେତେବେଳେ ଅସ୍ଥାୟୀ ସ୍କୁଲ କରି ପିଲାମାନଙ୍କୁ ପାଠ ପଢ଼ାଉଛି। ଯାହାକି ଓଡ଼ିଶା ସରକାରର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ ଓଡ଼ିଶା ସରକାର କୋଟିଆରେ ଉନ୍ନତିକରଣ କାର୍ଯ୍ୟ କରିବାରେ ଲାଗିପଡ଼ିଛି।

ତେବେ କୋଟିଆରେ ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଆନ୍ଧ୍ର ମୁହାଁ ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ସୁବିଧା ମିଳିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ନିକଟବର୍ତ୍ତୀ ଗାଁ ଗୁଡିକର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଗଂଜେଇ ପଦରରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏଥିରେ ପିଲାମାନଙ୍କୁ ସିବିଏସସି ପାଠ୍ୟକ୍ରମରେ ପାଠ ପଢ଼ାଯିବ। ତେଲୁଗୁ ଭାଷାରେ ପାଠ ପଢିବାକୁ ଆନ୍ଧ୍ର ମୁହାଁ ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ସୁବିଧା ମିଳିବ।

ସେ ଆହୁରି କହିଛନ୍ତି, ଏହି ବିଦ୍ୟାଳୟ ଖୋଲିଲେ  କୋଟିଆ  ଓ ପଟାଙ୍ଗୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ପାଇ ପାରିବେ। ବିଦ୍ୟାଳୟ ଘର ନିର୍ମାଣ ହେବା ପର୍ଯ୍ୟନ୍ତ ଗଂଜେଇ ପଦରରେ ଥିବା ଆଦିବାସୀ ଜାତି ଓ ଜନଜାତି ଦ୍ୱାରା ନିର୍ମିତ ବିଦ୍ୟାଳୟରେ ପାଠ ପଢ଼ାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories