ସନ୍ଦିଗ୍ଧ ଆତଙ୍କୀ ଅବଦୁର ରେହମାନକୁ ୧୨ଦିନ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତକାଲି କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନକୁ ୧୨ ଦିନ ରିମାଣ୍ଡରେ ନେବାକୁ ଦିଲ୍ଲୀ ପୋଲିସକୁ ମିଳିଛି ଅନୁମତି। ଦିଲ୍ଲୀର ପତିଆଲା କୋର୍ଟ ଏହି ଅନୁମତି ଦେଇଛନ୍ତି। ଗତକାଲି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ଅଣାଯିବା ପରେ ଆଜି ଅବଦୁର ଓ ଅନ୍ୟ ଜଣେ ଆତଙ୍କବାଦୀ ଜାଫର ମାସଦକୁ ପତିଆଲା ହାଉସ୍ କୋର୍ଟରେ ହାଜର କରିଥିଲା । ଅଧିକ ପଚରାଉଚୁରା ଲାଗି ସେମାନଙ୍କୁ ରିମାଣ୍ଡରେ ନେବା ଲାଗି […]

ahamad-rehama

ahamad-rehama

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 03:28 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତକାଲି କଟକ ଜିଲ୍ଲା ଜଗତପୁର ପଶ୍ଚିମକଛରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନକୁ ୧୨ ଦିନ ରିମାଣ୍ଡରେ ନେବାକୁ ଦିଲ୍ଲୀ ପୋଲିସକୁ ମିଳିଛି ଅନୁମତି। ଦିଲ୍ଲୀର ପତିଆଲା କୋର୍ଟ ଏହି ଅନୁମତି ଦେଇଛନ୍ତି। ଗତକାଲି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ଅଣାଯିବା ପରେ ଆଜି ଅବଦୁର ଓ ଅନ୍ୟ ଜଣେ ଆତଙ୍କବାଦୀ ଜାଫର ମାସଦକୁ ପତିଆଲା ହାଉସ୍ କୋର୍ଟରେ ହାଜର କରିଥିଲା । ଅଧିକ ପଚରାଉଚୁରା ଲାଗି ସେମାନଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଥିଲା ପୋଲିସ।

ଏହା ପୂର୍ବରୁ ଗିରଫ ଅବଦୁରକୁ ଗତକାଲି କଟକ ଜିଲ୍ଲା ସାଲେପୁର କୋର୍ଟରେ ହାଜର କରାଯାଇଥିଲା। ତାକୁ ୩ ଦିନ ପାଇଁ ଟ୍ରାନଜିଟ୍ ରିମାଣ୍ଡରେ ନେବାକୁ ଦିଲ୍ଲୀ ପୋଲିସ୍ ଆବେଦନ କରିଥିଲା। ତେବେ କୋର୍ଟ ତାକୁ ୨ ଦିନ ପାଇଁ ଟ୍ରାନଜିଟ୍ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ଏହା ପରେ ଅବଦୁରକୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟା ବେଳେ ତାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ନିଆଯାଇଥିଲା।

ବୁଧବାର ରାତି ପ୍ରାୟ ଅଢ଼େଇଟା ବେଳେ କମିଶନରେଟ୍ ପୋଲିସର ସହାୟତାରେ ଦିଲ୍ଲୀ ପୋଲିସ୍ ଅବଦୁରକୁ ଜଗତପୁର ପଶ୍ଚିମକଛ ସ୍ଥିତ ତା’ଘରୁ ଗିରଫ କରିଥିଲା। ସେ ଅଲକାଏଦା ସହିତ ଜଡ଼ିତ ବୋଲି କୁହାଯାଉଛି। ଫୋନ୍ ଟ୍ରାକିଂରୁ ଦିଲ୍ଲୀ ପୋଲିସ୍ ଏହା ଜାଣିବା ପରେ ତା’ ଉପରେ ନଜର ରଖାଯାଉଥିଲା। ସେ ଅଲକାଏଦାର ଭାରତୀୟ ଉପମହାଦେଶୀୟ ଶାଖାର ସଦସ୍ୟ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି। ସେ ସଂଗଠନରେ ନିଯୁକ୍ତି ଓ ତାଲିମ କଥା ବୁଝୁଥିଲା ବୋଲି ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos