କଟକ: ସନ୍ଦିଗ୍ଧ ଆତଙ୍କୀ ଅବଦୁର ରେହମାନକୁ କଡ଼ା ସୁରକ୍ଷା ମଧ୍ୟରେ ଆଜି ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ହାଜର କରିଛି ଦିଲ୍ଲୀ ପୋଲିସ୍।
ଆଜି ଭୋରରେ ତାକୁ ଦିଲ୍ଲୀରୁ ଅଣାଯିବା ପରେ କଟକର ମାଲଗୋଦାମ ଥାନାରେ ରଖାଯାଇଥିଲା। ପରେ ତାଙ୍କୁ ସାଲେପୁର ନିଆଯାଇ କୋର୍ଟରେ ହାଜର କରାଯାଇଥିଲା।
କୋର୍ଟରେ ହାଜର କରିବା ପରେ ପୁଣି ରେହମାନଙ୍କୁ ପୁଣି ଦିଲ୍ଲୀ ଫେରାଇ ନିଆଯାଇଛି।
ଆତଙ୍କବାଦୀ ସଂଗଠନ ଆଲକାଏଦା ସହିତ ସଂପୃକ୍ତି ଥିବା ଅଭିଯୋଗରେ ଅବଦୁର ରେହମାନକୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ୍ ଓ ଭୁବନେଶ୍ୱର, କଟକ କମିଶନରେଟ ପୋଲିସ୍ର ମିଳିତ ଟିମ୍ ତାକୁ ସାଲେପୁରର ପଶ୍ଚିମକଛ ଗାଁରୁ ଗିରଫ କରିଥିଲା। ଆରବିକ୍ ଓ ଇସ୍ଲାମିକ୍ ଶିକ୍ଷାରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ରେହମାନ ଟାଙ୍ଗି ଅଞ୍ଚଳରେ ବେଆଇନ ମଦ୍ରାସା ଚଳାଉଥିବା ଜଣାପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।