ଏବେ ବି ଅନିଶ୍ଚିତତା ମଧ୍ୟରେ ପୋସ୍କୋ

ଭୁବନେଶ୍ୱର: ଅନ୍ଧାରରେ ପୋସ୍କୋ ପ୍ରକଳ୍ପର ଭାଗ୍ୟ। ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସ୍ତରରେ ଉଚ୍ଚସ୍ତରୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ଦାବିର ଅଢେଇ ମାସ ପରେ ବି କୌଣସି ଆଲୋଚନା ହୋଇନି। ସେପଟେ ନୀତି ଆୟୋଗ ବୈଠକ, କେନ୍ଦ୍ର ଖଣି କିମ୍ୱା ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ବେଳେ ଏହି ପ୍ରସଙ୍ଗ ଉଠିନାହିଁ। ଏପରି ସ୍ଥିତିରେ ପୋସ୍କୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ବଢ଼ିଯାଇଛି। ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ଓଡ଼ିଶାରେ ପ୍ଲାଣ୍ଟ ପ୍ରତିଷ୍ଠା କରିବ ନା ନାହିଁ […]

posco

posco

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 03:26 PM IST

Sports

Latest News

ଭୁବନେଶ୍ୱର: ଅନ୍ଧାରରେ ପୋସ୍କୋ ପ୍ରକଳ୍ପର ଭାଗ୍ୟ। ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସ୍ତରରେ ଉଚ୍ଚସ୍ତରୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ଦାବିର ଅଢେଇ ମାସ ପରେ ବି କୌଣସି ଆଲୋଚନା ହୋଇନି। ସେପଟେ ନୀତି ଆୟୋଗ ବୈଠକ, କେନ୍ଦ୍ର ଖଣି କିମ୍ୱା ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ବେଳେ ଏହି ପ୍ରସଙ୍ଗ ଉଠିନାହିଁ। ଏପରି ସ୍ଥିତିରେ ପୋସ୍କୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ବଢ଼ିଯାଇଛି।

ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ଓଡ଼ିଶାରେ ପ୍ଲାଣ୍ଟ ପ୍ରତିଷ୍ଠା କରିବ ନା ନାହିଁ ସେ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ଗୁରୁବାର ହୋଇଥିବା ଇସ୍ପାତ ଶିଳ୍ପ ସମ୍ପର୍କିତ ନୀତି ଆୟୋଗ ବୈଠକରେ ପୋସ୍କୋ ପ୍ରସଙ୍ଗ ସ୍ଥାନ ପାଇ ନ ଥିଲା। ଗତବର୍ଷ ଅକ୍ଟୋବର ୨୨ରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି କେନ୍ଦ୍ର ସ୍ତରରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ପୋସ୍କୋ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ହେଲେ ଏହି ସମୟ ମଧ୍ୟରେ କୌଣସି ସ୍ତରରେ ପୋସ୍କୋ ପ୍ରସଙ୍ଗ ଉଠିନି। ଅନ୍ୟପକ୍ଷରେ ରାଜ୍ୟ ଖଣିମନ୍ତ୍ରୀ କହିଛନ୍ତି ପୋସ୍କୋ ଗ୍ରୀନ ଟ୍ରିବ୍ୟୁନାଲରେ ଓଡ଼ିଶା ପ୍ରକଳ୍ପରୁ ପୋସ୍କୋ ଓହରି ନ ଥିବା କହିଛି। ଏବେ ପରବର୍ତ୍ତି କାର୍ଯ୍ୟ ପନ୍ଥା କ’ଣ ନେବାର କଥା ସେ ନେବ।

ପୋସ୍କୋ ପ୍ରକଳ୍ପ ନେଇ ରାଜ୍ୟ ଓ କେନ୍ଦ୍ର ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉ ନ ଥିବାରୁ ବିରୋଧୀ କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍ କରିଛି। ବିଜେଡି ଓ ବିଜେପି ପୋସ୍କୋ ମୁଣ୍ଡରେ ଅଠା ବୋଳୁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଉଭୟ ରାଜ୍ୟ ସରକାର ଓ କମ୍ପାନୀର ଆଗ୍ରହ ନାହିଁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ, ତେଣୁ ଆଲୋଚନା କରୁନାହାନ୍ତି। ଉଭୟ ଓଡ଼ିଶାର ଖଣିଜ ସମ୍ପଦ ଲୁଟ କରିବା ଯୋଜନାରେ ଥିଲେ ବୋଲି ସେ କହିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି ବୋଲି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭାରତରେ ପୋସ୍କୋ ପ୍ରକଳ୍ପ କରିବ କି ନାହିଁ ସେ ନିଷ୍ପତ୍ତି ଏବେ ସେ ନେବ। ଯଦି ପୋସ୍କୋ ପ୍ରକଳ୍ପ କରେ ତେବେ ଓଏମସିରୁ ଆମେ ଖଣି ଦେବାକୁ ପ୍ରସ୍ତୁତ ଅଛୁ। ହେଲେ ଏପର୍ଯ୍ୟନ୍ତ ପୋସ୍କୋ ପକ୍ଷରୁ କୌଣସି ଉତ୍ତର ଆସିନାହିଁ। ଯଦି ତାଙ୍କ ତରଫରୁ କିଛି ପଦକ୍ଷେପ ନିଆଯାଉନାହିଁ ଏଠାରେ କେମିତି ଆଲୋଚନା କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ବର୍ତ୍ତମାନ ନିଷ୍ପତ୍ତି ନେବାର ସମୟ ପୋସ୍କୋ କମ୍ପାନୀର। ପୋସ୍କୋ ରାଜ୍ୟ ସରକାରଙ୍କ ପାଖରେ କମ୍ପାନୀ ହେବା ନେଇ ଆଗ୍ରହ ପ୍ରକାଶ କରିବା ଦରକାର ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇବା ଦରକାର।

ନୂଆ ଏମ୍ଏମଡିଆର ଆକ୍ଟ ଆସିବା ପରେ ପୋସ୍କୋ ପାଇଁ ବଡ଼ ସମସ୍ୟା ହୋଇଛି ଖଣି।

କାରଣ ଖଣି ପାଇଁ ପୋସ୍କୋକୁ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ। ରାଜ୍ୟ ସରକାର ଓଏମସି ମାଧ୍ୟମରେ କଞ୍ଚାମାଲ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ପୋସ୍କୋ ଏ ପର୍ଯ୍ୟନ୍ତ ନିରବ କହିବା ଏହାକୁ ଅଧିକ ଦ୍ୱନ୍ଦ୍ୱ ମଧ୍ୟକୁ ନେଉଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story