‘ସୂର୍ଯ୍ୟ ମନ୍ଦିର ସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖାଯିବ’

ଭୁବନେଶ୍ୱର: ବିପଦସଙ୍କୁଳ ଅବସ୍ଥାରେ ରହିଛି କୋଣାର୍କ ମନ୍ଦିର ଜଗମୋହନ। ବିମ୍‌ରେ ପଥର ଝୁଲନ୍ତା ଅବସ୍ଥାରେ ରହିଥିବାରୁ ଓଡ଼ିଶା ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଉଦ୍‌ବେଗ ପ୍ରକାଶ କରିବା ସହିତ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛିନ୍ତି।

ସେ କହିଛନ୍ତି,“କୋଣାର୍କ ମନ୍ଦିର ସୁରକ୍ଷା ନେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧିକ ଯତ୍ନବାନ ହେବା ଆବଶ୍ୟକ।”

ଅନ୍ୟପକ୍ଷରେ କୋଣାର୍କ ସୁରକ୍ଷା ସମିତି ଅଭିଯୋଗ କରିଛି,“ମନ୍ଦିର ସୁରକ୍ଷା ପାଇଁ ବିଶେଷଜ୍ଞମାନେ ଯେଉଁ ସବୁ ପରାମର୍ଶ ଦେଇଥିଲେ ଏଏସ୍‌ଆଇ ତାକୁ ଅଣଦେଖା କରୁଛି।”

କିଛିଦିନ ତଳେ କୋଣାର୍କ ମନ୍ଦିରରେ ଏଣ୍ଡୋସ୍କୋପି ଫଟୋଗ୍ରାଫି କରାଯାଇଥିଲା। ଏଥିରୁ ଜଗମୋହନରେ ଫାଟ ହୋଇଥିବା ଦେଖିବାକୁ ମିଳିଥିଲା।