ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ୬ ମୃତ, ୬ ଆହତ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ଓଭର ବ୍ରିଜ୍‌ ଉପରେ ଏକ ସ୍କ୍ରପିଓର ପଛ ପଟକୁ ଏକ ଟ୍ରଲର ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏକ ଶିଶୁ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମୃତକ […]

paradeep

paradeep

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 10:16 PM IST

Sports

Latest News

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ଓଭର ବ୍ରିଜ୍‌ ଉପରେ ଏକ ସ୍କ୍ରପିଓର ପଛ ପଟକୁ ଏକ ଟ୍ରଲର ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏକ ଶିଶୁ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତ ମାନେ ଖନ୍ତାପଡ଼ା ଏବଂ ଶେରଗଡ଼ ଅଞ୍ଚଳର। କଟକରୁ ସମସ୍ତେ ଖନ୍ତାପଡ଼ା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ମୃତକଙ୍କ ମଧ୍ୟରେ ଜଣେ ହେଲେ ରତ୍ନମଣୀ। ଆହତମାନେ ହେଲେ ଖନ୍ତାପଡ଼ାର ସବିତା ମଣ୍ଡଳ, ଦୀପକ ମଣ୍ଡଳ, ଶେରଗଡ଼ର ସମ୍ବିତ ନାୟକ, କବିତା ନାୟକ ଏବଂ ତାଙ୍କ ଏକ ବର୍ଷର ଶିଶୁ। ଦୁର୍ଘଟଣା ପରେ ଟ୍ରଲର ସହ ଡ୍ରାଇଭର ଫେରାର ହୋଇଯାଇଛି।

ସେହିପରି ପାରାଦୀପରେ ଘଟିଥିବା ଦୁର୍ଘଟଣାରେ ଶ୍ୱଶୁର, ଜ୍ୱାଇଁଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦିବାକର ପରିଡା ଏବଂ ଜ୍ୱାଇଁ ବେଣୁଧର ତରାଇ। ଉଭୟ ଏକ ବାଇକ୍‌ରେ ଯାଉଥିବା ବେଳେ ହାତୀଟାଙ୍କି ନିକଟରେ ଏକ ଟ୍ରକ୍‌ ସେମାନଙ୍କୁ ଚାପି ଦେଇଥିଲା। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଚଣ୍ଡିଖୋଲ-ପାରାଦୀପ ରାସ୍ତା ଅବରୋଧ କରିଥିଲେ। ମୃତ ଦିବାକରଙ୍କ ଘର ମଙ୍ଗରାଜପୁର ହୋଇଥିବା ବେଳେ ଜ୍ୱାଇଁ ବେଣୁଧରଙ୍କ ଘର ନୁଣୁଖିଆରେ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଆ ନିକଟରେ ଚାଲି ଚାଲି ଯାଉଥିବା ୩ ଜଣ ବ୍ୟକ୍ତିଙ୍କୁ ଏକ ଭ୍ୟାନ୍‌ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ଓ ଆହତଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ସ୍ଥାନୀୟ ଲୋକେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos