ପୋଲ ତଳକୁ  ଟ୍ରାକ୍ଟର ଖସି ଶ୍ରମିକ ମୃତ, ୩ ଗୁରୁତର

ବୌଦ୍ଧ(ଭାର୍ଜନ ପ୍ରଧାନ):ବୌଦ୍ଧ ଜିଲ୍ଲା ସରସରା ପଞ୍ଚାୟତ ବିରିଗଡ଼ ପୋଲତଳୁ ଟ୍ରାକ୍ଟର ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ବରିଗଡ଼ ଗ୍ରାମର ସୁଧିର ମାଝୀ। ଅନ୍ୟ ତିନି ଗୁରୁତରଙ୍କୁ ବୌଦ୍ଧ ଡାକ୍ତର ଖାନାରେ  ଭର୍ତ୍ତି କରାଯାଇଛି।

ଆଜି ସକାଳୁ ଗାଁ ପାଖ ନଇ ନାଳକୁ ବାଲି ନେବାକୁ ଯାଇଥିବା ବେଳେ ଟ୍ରାକ୍ଟରଟି ଉପରୁ ତଳକୁ ଖସି ପଡ଼ିଥିଲା। ଫଳରେ  ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ମାନଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ବୌଦ୍ଧ ପୋଲିସ୍‌ ଦୁର୍ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଛି।