ପମ୍ପ୍‌ ହାଉସ୍‌ ପାଚେରି ଭାଙ୍ଗି ଓଲଟି ପଡ଼ିଲା କାର୍‌

ବାଲିଗୁଡ଼ା (ଅଜିତ ନାୟକ): ପମ୍ପ ହାଉସ୍‌ ପାଚେରି ଭାଙ୍ଗି ଓଲଟି ପଡ଼ିଲା କାର୍। କାର୍‌ରେ ଥିବା ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ସେମାନେ ଅଳ୍ପକେ ବଞ୍ଚି ଯାଇଛନ୍ତି। ଏଭଳି ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡୁଲୁରି ପମ୍ପ ହାଉସ ବୁଲାଣି ରାସ୍ତାରେ। କାର୍‌ରେ ଡ୍ରାଇଭର ସମେତ ଛଅ ଜଣ ବସିଥିଲେ।  ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛୋଟ ଛୁଆ ଥିବା ଜଣାଯାଇଛି। ହେଲେ କାହାର କିଛି କ୍ଷତି ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ, […]

Accident

Accident

Tapaswini Nayak
  • Published: Sunday, 13 February 2022
  • Updated: 13 February 2022, 02:33 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ପମ୍ପ ହାଉସ୍‌ ପାଚେରି ଭାଙ୍ଗି ଓଲଟି ପଡ଼ିଲା କାର୍। କାର୍‌ରେ ଥିବା ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ସେମାନେ ଅଳ୍ପକେ ବଞ୍ଚି ଯାଇଛନ୍ତି।

ଏଭଳି ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡୁଲୁରି ପମ୍ପ ହାଉସ ବୁଲାଣି ରାସ୍ତାରେ। କାର୍‌ରେ ଡ୍ରାଇଭର ସମେତ ଛଅ ଜଣ ବସିଥିଲେ।  ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛୋଟ ଛୁଆ ଥିବା ଜଣାଯାଇଛି। ହେଲେ କାହାର କିଛି କ୍ଷତି ହୋଇନାହିଁ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କାର୍‌ଟି ଦାରିଙ୍ଗବାଡ଼ିରୁ ବ୍ରାହ୍ମଣୀଗାଁ ଅଭିମୁଖେ ଯାଉଥିଲା। ଏହି ସମୟରେ ଡୁଲୁରି ପମ୍ପ ହାଉସ ବୁଲାଣି ରାସ୍ତାରେ କାର୍‌ଟି ଭାରସାମ୍ୟ ହରାଇ ପମ୍ପ ହାଉସ ପାଚେରି ଭାଙ୍ଗି ଭିତରକୁ ପଶିଯାଇଥିଲା, ପରେ ଓଲଟି ପଡ଼ିଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ କାର୍ ଭିତରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

କାର ଚାଳକ ନିଶାଗ୍ରସ୍ତ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୁଲିସ କାର୍‌ ଡ୍ରାଇଭରଙ୍କୁ ଅଟକ ରଖିବା ସହ କାର୍‌କୁ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos