ବୋହୂର ପିଲାପିଲି ହେଉ ନ ଥିବାରୁ ୭ ବର୍ଷର ଶିଶୁକୁ ମାରି ଦେଲା ଶ୍ୱଶୁର, କହିଲା...

ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗତକାଲି  ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଲକ୍ଷ୍ମୀଧର ମଲ୍ଲିକ। ଲକ୍ଷ୍ମୀଧରର ବୋହୂଙ୍କ ପିଲାପିଲି ହେଉ ନଥିଲା। ଶିଶୁ ବଳି ଦେଲେ ପିଲାପିଲି ହେବ ବୋଲି ଠାକୁର ତାକୁ ସ୍ୱପ୍ନାଦେଶ କରିଥିଲେ। ସେଥିଲାଗି ସେ ସେହି ୭ ବର୍ଷର ଶିଶୁକୁ ହତ୍ୟା କରିଛି ବୋଲି ପୁଲିସ ନିକଟରେ କହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,  […]

rain1

rain1

Tapaswini Nayak
  • Published: Sunday, 20 September 2020
  • Updated: 20 September 2020, 10:45 AM IST

ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୂଆପୁର ଧଇଁଆ ସାହି ଶିଶୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗତକାଲି  ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଲକ୍ଷ୍ମୀଧର ମଲ୍ଲିକ।

ଲକ୍ଷ୍ମୀଧରର ବୋହୂଙ୍କ ପିଲାପିଲି ହେଉ ନଥିଲା। ଶିଶୁ ବଳି ଦେଲେ ପିଲାପିଲି ହେବ ବୋଲି ଠାକୁର ତାକୁ ସ୍ୱପ୍ନାଦେଶ କରିଥିଲେ। ସେଥିଲାଗି ସେ ସେହି ୭ ବର୍ଷର ଶିଶୁକୁ ହତ୍ୟା କରିଛି ବୋଲି ପୁଲିସ ନିକଟରେ କହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,  ଗତ ୧୪ ତାରିଖରେ ଧଇଁଆ ସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇ ଯାଇଥିଲେ। ଖୋଜାଖୋଜି କରି ନ ପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ପରଦିନ ହିମାଂଶୁଙ୍କ ଘରଠାରୁ ୩୦୦ ମିଟର ଦୂର ଏକ ପୋଖରୀରେ ଗୋଟିଏ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ମୃତଦେହ ଉଦ୍ଧାର ପରେ ତାହା ହିମାଂଶୁଙ୍କର ବୋଲି ଜଣାପଡ଼ିଥିଲା। ତାଙ୍କ ବେକକୁ ଗୋଟିଏ ପ୍ଲାଷ୍ଟିକ ରଶିରେ ଭିଡ଼ା ଯାଇଥିବା ଦେଖିବାକୁ ମିଳିଥିଲା।  ଏହା ଛଡ଼ା ଘରଠାରୁ ଅଧ କିଲୋମିଟର ଦୂରରେ ଥିବା ମଶାଣିରୁ ତାଙ୍କ ରକ୍ତଭିଜା ପୋଷାକ ପଡ଼ିଥିଲା।

ପୁଲିସ ଏହି ଘଟଣାରେ ତଦନ୍ତ କରି ଲକ୍ଷ୍ମୀଧରକୁ ଗିରଫ କରି ଗତକାଲି ପଚରାଉଚରା କରିଥିଲା।  ସେ ଶିଶୁଟିକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos