ଆକ୍ଟିଭାକୁ ପିଟିଲା କାର୍: ପୂର୍ବତନ ବ୍ୟାଙ୍କ ଅଧିକାରୀ ମୃତ, ପତ୍ନୀ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି ଛକରେ ପୁଣି ଘଟିଛି ଦୁର୍ଘଟଣା। ଏଥିରେ ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ଉତ୍ତମ କୁମାର ସାହୁ। ଦୁର୍ଘଟଣାରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦମ୍ପତ୍ତି ଏକ ଆକ୍ଟିଭାରେ ଆସୁଥିବା ବେଳେ ପଛପଟୁ ତାଙ୍କୁ ଏକ କାର୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପୂର୍ବତନ ବ୍ୟାଙ୍କ ଅଧିକାରୀ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ଖଣ୍ଡଗିରି ଛକରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।