ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ପାନ୍‌କାର୍ଡ଼ ବାଧ୍ୟତାମୂଳକ କରା ନ ଯାଉ: ନବୀନ

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ପାଖରେ ପାନ୍‌କାର୍ଡ଼ ନାହିଁ। ସେଥିପାଇଁ ସେମାନେ ପୁରୁଣା ଟଙ୍କା ଜମା ବା ବଦଳ କରିପାରୁ ନାହାନ୍ତି। ନାନା ଅସୁବିଧାରେ ପଡ଼ୁଛନ୍ତି। ସେଥିପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟଙ୍କା ଜମା ବେଳେ ପାନ୍‌କାର୍ଡ଼ ବାଧ୍ୟତାମୂଳକ କରା ନ ଯାଉ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ […]

naveen

naveen

Rakesh Mallick
  • Published: Friday, 18 November 2016
  • Updated: 18 November 2016, 08:47 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ପାଖରେ ପାନ୍‌କାର୍ଡ଼ ନାହିଁ। ସେଥିପାଇଁ ସେମାନେ ପୁରୁଣା ଟଙ୍କା ଜମା ବା ବଦଳ କରିପାରୁ ନାହାନ୍ତି। ନାନା ଅସୁବିଧାରେ ପଡ଼ୁଛନ୍ତି। ସେଥିପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟଙ୍କା ଜମା ବେଳେ ପାନ୍‌କାର୍ଡ଼ ବାଧ୍ୟତାମୂଳକ କରା ନ ଯାଉ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ଯୋଗୁଁ ଦୁର୍ଗମ ଅଞ୍ଚଳର ଲୋକଙ୍କ ଦୁଃଖ ବଢ଼ି ଯାଇଛି।  ଯଥାଶୀଘ୍ର ସେମାନଙ୍କ ପାଖରେ ଟଙ୍କା ପଠାଇବାକୁ ବ୍ୟବସ୍ଥା କରାଯାଉ। ଏଥିପାଇଁ ହଲିକପ୍ଟର ଆବଶ୍ୟକ ହେଲେ ରାଜ୍ୟ ସରକାର ଯୋଗାଇଦେବେ।

ଅନ୍ୟପକ୍ଷରେ ଅଚଳ ନୋଟ୍‌ ପ୍ରସଙ୍ଗରେ ଆଜି ରାଜ୍ୟ ପୋଷ୍ଟମାଷ୍ଟର ଜେନେରାଲଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଆଲୋଚନା କରିଛନ୍ତି। ପୋଷ୍ଟ ଅଫିସ୍‌ରେ ଲୋକେ ୨୫,୦୦୦ ଟଙ୍କାର ପୁରୁଣା ନୋଟ୍‌ ଜମା କରିପାରିବା ଏବଂ ୫୦୦୦ ଟଙ୍କା ଉଠାଇ ପାରିବା ଉପରେ ଆଲୋଚନା ହୋଇଥିଲା। ବୈଠକରେ ଆର୍‌ବିଆଇ ଜିଏମ୍‌ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos