ବିଜେଡି ସଭ୍ୟ ସଂଗ୍ରହ ଅଭିଯାନରେ ଆଧାର ଲିଙ୍କ କାହିଁକି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗଣେଶ ପୂଜାରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲା  ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରଥମ ସଦସ୍ୟ ଭାବେ ନାଁ ପଞ୍ଜିକରଣ କଲେ। ହେଲେ ପ୍ରଥମ ଥର ପାଇଁ ଦଳର ୱେବପୋର୍ଟାଲ ସହ ନୂଆ ସଦସ୍ୟଙ୍କ ଆଧାର ଲିଙ୍କ ଯୋଜନାକୁ ନେଇ ଛିଡ଼ା ହୋଇଛି ବିବାଦ। ସରକାରୀ ସ୍ତରରେ ହିତାଧିକାରୀଙ୍କ ଆଧାର ଲିଙ୍କ ହେଉଥିବା ବେଳେ ରାଜନୈତିକ ଦଳ ଭାବେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । […]

456

456

Tapas Behera
  • Published: Monday, 02 September 2019
  • Updated: 02 September 2019, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗଣେଶ ପୂଜାରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲା  ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରଥମ ସଦସ୍ୟ ଭାବେ ନାଁ ପଞ୍ଜିକରଣ କଲେ। ହେଲେ ପ୍ରଥମ ଥର ପାଇଁ ଦଳର ୱେବପୋର୍ଟାଲ ସହ ନୂଆ ସଦସ୍ୟଙ୍କ ଆଧାର ଲିଙ୍କ ଯୋଜନାକୁ ନେଇ ଛିଡ଼ା ହୋଇଛି ବିବାଦ। ସରକାରୀ ସ୍ତରରେ ହିତାଧିକାରୀଙ୍କ ଆଧାର ଲିଙ୍କ ହେଉଥିବା ବେଳେ ରାଜନୈତିକ ଦଳ ଭାବେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେପି ଏଥିରେ ଷଡଯନ୍ତ୍ରର ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ କହିଛି ଏହା ଲୋକଙ୍କୁ ପ୍ରଲୋଭିତ କରି ବନ୍ଧା ରଖିବାର ବ୍ୟବସ୍ଥା।

ଏକାମ୍ର ନିର୍ବାଚନ ମଣ୍ଡଳୀର  ୫୩ ନମ୍ବର ଓ୍ୱାର୍ଡରୁ ବିଜେଡିର ପ୍ରଥମ ସକ୍ରିୟ ସଦସ୍ୟ ହେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ମନ୍ତ୍ରୀ ଅଶୋକ ପଣ୍ଡାକୁ ମିଶାଇ ଅନ୍ୟ ୨୪ ଜଣଙ୍କୁ ସଦସ୍ୟ ବି କରାଇଛନ୍ତି ନବୀନ। ବିଜେଡି ମୁଖ୍ୟାଳୟରେ ସଦସ୍ୟ ସଂଗ୍ରହ ଅଭିଯାନର  ଶୁଭାରମ୍ଭ କରି ନବୀନ  ଲୋକଙ୍କ ଭଲମନ୍ଦ ବୁଝିବାକୁ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ  ଦଳର ୱେବ ପୋର୍ଟାଲରେ ନୂଆ ସଦସ୍ୟଙ୍କ ଆଧାର ଲିଙ୍କ କରାଯାଉଛି। ଯାହାକୁ ନେଇ ଠିଆ ହୋଇଛି ନୂଆ ବିବାଦ। ବିଜେପି ଅଭିଯୋଗ କରିଛ ସରକାରୀ ଯୋଜନାର ଲାଭ ପାଉଥିବା ଲୋକଙ୍କ ଆଧାର ଲିଙ୍କ କରି ସେମାନଙ୍କୁ ଡରାଇବା ସହ ଅଯୋଗ୍ୟଙ୍କୁ ଯୋଗ୍ୟ କରିବା ପାଇଁ ଚକ୍ରାନ୍ତ ହୋଇଛି। କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ସରକାରୀ ଯୋଜନା ପହଁଞ୍ଚାଇବା ନେଇ ଲୋକଙ୍କୁ ପ୍ରଲୋଭିତ କରି ବନ୍ଧା ରଖିବା ପାଇଁ ବିଜେଡି ବ୍ୟବସ୍ଥା କରିଛି।

ଗତ ଜୁଲାଇ ମାସରେ ରାଜ୍ୟ ସଭାରେ ଆଧାର ସଂଶୋଧନ ବିଲ ପାସ ହେବା ବେଳକୁ ଏଥିରେ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଅନୁସାରେ ଡାଟା ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଥିଲେ ସାଂସଦ ପ୍ରଶାନ୍ତ ନନ୍ଦ।  ପୂର୍ବରୁ ଲୋକସଭାରେ ବି ଆଧାରକୁ ବିରୋଧ କରିଥିଲେ ତଥାଗତ ଶତପଥୀ। ଅନୁସୁଚିତ ଛାତ୍ରଛାତ୍ରୀଙ୍କ ବୃତ୍ତିରେ ଡିବିଟି ଓ ଆଧାର ଲିଙ୍କ ବ୍ୟବସ୍ଥାକୁ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି। ଏବେ ପ୍ରଶ୍ନ ଉଠୁଛି ବିଭିନ୍ନ ସମୟରେ ଆଧାର ବ୍ୟବସ୍ଥାକୁ ବିରୋଧ କରୁଥିବା ଦଳ ନିଜ ସଦସ୍ୟଙ୍କ ଆଧାର ଲିଙ୍କ କରିବାକୁ ବ୍ୟଗ୍ର କାହିଁକି ? ପରିସ୍ଥିତି ବଦଳିଗଲା ନା ଦଳର ମାନସିକତା ? ଲୋକଙ୍କ ଡାଟା ବେସକୁ ରଖି ଏହାକୁ ଦଳର କି କାମରେ ଲଗାଇବାକୁ ଚାହୁଁଛି ବିଜେଡି ? ଏସବୁ ଦିଗକୁ ନେଇ ରାଜନୈତିକ ସମୀକ୍ଷକ ପ୍ରଶ୍ନ ଉଠାଇଥିବା ବେଳେ ଦଳ କିନ୍ତୁ ସନ୍ତୋଷ ଜନକ ଉତ୍ତର ଦେଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story