ଅଧିକ ପରିମାଣର ଟଙ୍କା କାରବାର ଉପରେ ନଜର ରଖିବ ଭିଜିଲାନ୍ସ

ଭୁବନେଶ୍ୱର: ଅଧିକ ପରିମାଣର ଟଙ୍କ। କାରବାର ଉପରେ ଏଣିକି ଭିଜିଲାନ୍ସ ବିଭାଗ ନଜର ରଖିବ । ପ୍ରଥମ ଥର ପାଇଁ ବୈଷୟିକ ଅଧିକାରୀ ଓ ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ। ଏଥିପାଇଁ ଭିଜିଲାନ୍ସ ବିଭାଗକୁ ଅଧିକ ଶକ୍ତିଶାଳୀ କରାଯିବ। ସେହିଭଳି ସମସ୍ତଙ୍କ ସହଯୋଗରେ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ । ଆଜି ଭୁବନେଶ୍ୱରରେ ଭିଜିନାଲ୍ସ ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ […]

vigilance

vigilance

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 03:39 PM IST

Sports

Latest News

ଭୁବନେଶ୍ୱର: ଅଧିକ ପରିମାଣର ଟଙ୍କ। କାରବାର ଉପରେ ଏଣିକି ଭିଜିଲାନ୍ସ ବିଭାଗ ନଜର ରଖିବ । ପ୍ରଥମ ଥର ପାଇଁ ବୈଷୟିକ ଅଧିକାରୀ ଓ ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ। ଏଥିପାଇଁ ଭିଜିଲାନ୍ସ ବିଭାଗକୁ ଅଧିକ ଶକ୍ତିଶାଳୀ କରାଯିବ। ସେହିଭଳି ସମସ୍ତଙ୍କ ସହଯୋଗରେ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ । ଆଜି ଭୁବନେଶ୍ୱରରେ ଭିଜିନାଲ୍ସ ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଦୁର୍ନୀତି ଦୂର କରିବାକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ନୂଆ ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ ବୈଷୟିକ ଅଧିକାରୀଙ୍କ ସହ ମିଳିତ ଭାବେ ଅପରେସନ ଆରମ୍ଭ କରିଛି ଭିଜିଲାନ୍ସ। ଅଧିକ ପରିମାଣର ଟଙ୍କ। କାରବାର ହେଉଥିବା ସ୍ଥାନ, ବଡ଼ ବଡ଼ ପ୍ରକଳ୍ପ କାମ ସହିତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ନଜର ରଖିବ ଏହି କମିଟି। କେବଳ ସେତିକି ନୁହେଁ, ଯେଉଁ ଠିକାଦାରମାନେ ବିଗତ ଦିନରେ ବେଆଇନ କାର୍ଯ୍ୟ କରିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରି କଳା ତାଲିକାଭୁକ୍ତ କରିବାକୁ ମଧ୍ୟ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ କନୱର ବ୍ରଜେଶ ସିଂ କହିଛନ୍ତି।

ରାଜ୍ୟସ୍ତରୀୟ ଉତ୍ସବରେ ସ୍ୱତନ୍ତ୍ର ଲଫ।ପାର ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ସମ୍ୱଲପୁର ଡିଭିଜନ୍, ବାରିପଦା ୟୁନିଟ୍ ତଥା ଅଧିକାରୀ ଓ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଯୋଗ ଦେଇଥିଲେ। ବିଗତ ୫ ବର୍ଷର ପରିସଂଖ୍ୟନ ଅନୁଯାୟୀ ରାଜ୍ୟ ଭିଜିଲାନ୍ସ ୨୩୩୫ଟି ମାମଲା ରୁଜୁ କରିଛି। ୧୧୨୭ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ୧୯୬୯ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ସମୟରେ ୪୬୮ଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ହୋଇଛି। ୨୭ଟି ମାମଲାରେ ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି। ଦୁର୍ନୀତିଗ୍ରସ୍ତ ୧୪୪ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos